Latest Odisha News

BREAKING NEWS

ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଦିନ ୧୦ଟା ୧୫ମି.ରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପହଞ୍ଚିଛନ୍ତି ।

ଉପରାଷ୍ଟ୍ରପତି ‘ରାଜଦୂତ’ ନାମକ ଏକ ସ୍ୱତନ୍ତ୍ର ବିମାନରେ ଆସି ଏୟାରପୋର୍ଟରେ ପହଞ୍ଚିବା ପରେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ସ୍ୱାଗତ ସମ୍ବର୍ନ୍ଧନା କରିଥିଲେ ।

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ କିଟ୍ ପରିସରରେ ଆୟୋଜିତ ୩୯ତମ ୱାଲ୍ଡ କଂଗ୍ରେସ କବିତା କାର‌୍ୟ୍ୟକ୍ରମରେ ସାମିଲ ହେବେ।ଏଥିସହିତ ସେ କଟକରେ ଦୈନିକ ଖବରକାଗଜ ‘ସମାଜ’ର ଶତବାର୍ଷିକୀ ଉତ୍ସବରେ ଯୋଗଦେବା ନେଇ ଜଣାପଡିଛି ।

Leave A Reply

Your email address will not be published.