Latest Odisha News

BREAKING NEWS

ବିବାହ ପରେ ପ୍ରଥମ ଥର; ଏକାଠି ଖ୍ରୀଷ୍ଟମାସ ସେଲିବ୍ରେଟ୍‌ କଲେ ଭିକି ଓ କ୍ୟାଟ୍‌

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ନବ ବିବାହିତ ଦମ୍ପତି ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଚଳିତ ମାସ ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ପରେ ପ୍ରଥମ ଥର ପାଇଁ ଦୁହେଁ ଏକାଠି ଖ୍ରୀଷ୍ଟମାସ ସେଲିବ୍ରେଟ୍‌ କରିଥିବା ଦେଖିବାକୁ ମିଳିଛି। ଏହି ଦମ୍ପତି ସେମାନଙ୍କ କିଛି ନିକଟତମ ବନ୍ଧୁଙ୍କୁ ସେମାନଙ୍କ ଘରେ ଉତ୍ସବ ପାଳନ କରିବାକୁ ଆମନ୍ତ୍ରଣ କରିଥିଲେ।

ଅନେକ ବଲିଉଡ ସେଲିବ୍ରିଟି ୨୫ ଡିସେମ୍ବର ଶନିବାର ଦିନ ନିଜ ପରିବାର ସହିତ ଖ୍ରୀଷ୍ଟମାସ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଭିକି ଏବଂ କ୍ୟାଟ୍ରିନା ମୁମ୍ବାଇର ଜୁହୁରେ ଥିବା ନୂତନ ଘରେ ପରସ୍ପର ସହ ଏହି ପର୍ବ ପାଳନ କରିଥିଲେ। ବିକି କ୍ୟାଟ୍ରିନାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଖ୍ରୀଷ୍ଟମାସ ଟ୍ରି ସାମ୍ନାରେ ଉଭୟଙ୍କୁ ଆଲିଙ୍ଗନ କରୁଥିବା ଏକ ଦୃଶ୍ୟ ଦେଖିବାକୁ ମିଳିଛି।

Comments are closed.