Latest Odisha News

ଯେଉଁ ସ୍ଥାନକୁ ଡରୁଥିଲେ ଭିକି, ସେଠାରେ ହିଁ କଲେ ବିବାହ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସ୍ୱାମୀ ତଥା ଅଭିନେତା ଭିକି କୌଶଲ ଆକର୍ଷଣୀୟ ହିରୋଙ୍କ ମଧ୍ୟରୁ ଅନ୍ୟତମ । ସେ ପ୍ରତ୍ୟେକ ଭୂମିକାରେ ନିଖୁଣ ଭାବେ ଅଭିନୟ କରି ପାରୁଥିବା ପରି ଜଣେ ଦକ୍ଷ ଅଭିନେତା । ତାଙ୍କ ନିକଟରେ ଚମତ୍କାର କମେଡି ଦକ୍ଷତା ଥିବା ସହ ସେ ଜଣେ ଆକ୍ସନ ହିରୋ ମଧ୍ୟ । ଆପଣ କେବେ ବିଶ୍ୱାସ କରିବେ ନାହିଁ ଯେ ‘ଉରି’ରେ ଶତ୍ରୁଙ୍କୁ ଜବାବ ଦେଇଥିବା ଓ ‘ଭୂତ୍‌’ରେ ଏକ ହଣ୍ଟେଡ୍ ସିପ୍‌ରେ ଯାଇଥିବା ଏହି ହିରୋ ଅସଲ ଜୀବନରେ ଏକ ସ୍ଥାନକୁ ଖୁବ୍ ଭୟ କରନ୍ତି ।
ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ସେହି ସ୍ଥାନକୁ ତାଙ୍କୁ ଯିବାକୁ ପଡ଼ିଥିଲା । ତାହା ପୁଣି କେଉଁ ଫିଲ୍ମ ସୁଟିଂ ପାଇଁ ନୁହେଁ, ନିଜ ବାହାଘର ପାଇଁ । ଏକ ଟକ୍ ସୋ’ରେ ଭିକି ଏହି ବିଷୟରେ କହିଛନ୍ତି । ସେ କହିଥିଲେ ଯେ ସେ ଏପରି ହୋଟେଲଗୁଡିକୁ ଭୟ କରନ୍ତି ଯାହା ବହୁ ପୁରୁଣା ଇତିହାସ ସହିତ ଜଡିତ । ବିଶେଷକରି ରାଜସ୍ଥାନର ଏକ ହୋଟେଲରେ ଲାଗିଥିବା କିଛି ଚିତ୍ର ତାଙ୍କୁ ଖୁବ୍ ଡରାଉଥିଲା ।

BjdElectrycity

ପୂର୍ବରୁ ରାଜସ୍ଥାନର ସେହି ହୋଟେଲ୍‌ରେ ସେ ଏକ ଫିଲ୍ମ ସୁଟିଂ ସମୟରେ ରହିଥିଲେ । ସେଠାରେ ଲାଗିଥିବା ପେଣ୍ଟିଂ ଦେଖି ସେ ଡରୁଥିବା ବେଳେ ରାତିରେ ଲାଇଟ୍ ପଳାଇଲେ ସେ ଆହୁରି ଭୟଭୀତ ହୋଇ ଯାଉଥିଲେ । ହେଲେ ଭାଗ୍ୟକୁ ଭିକିଙ୍କୁ ସେହି ହୋଟେଲ୍‌ରେ ହିଁ ନିଜ ଜୀବନର ସବୁଠୁ ଖୁସିର ମୁହୂର୍ତ୍ତ ‘ବିବାହ’ କରିବାକୁ ପଡ଼ିଥିଲା ।

Leave A Reply

Your email address will not be published.