Latest Odisha News

BREAKING NEWS

ମହାବତାର ଫିଲ୍ମ ପାଇଁ ନନଭେଜ, ମଦ ଛାଡିଲେ ଏହି କଳାକାର

ମୁମ୍ବାଇ: ଛାବା ଫିଲ୍ମ ବ୍ଲକବଷ୍ଟର ହେବା ପରେ ଭିକ୍କି କୌଶଲଙ୍କ ଚାହିଦା ବଢ଼ିଛି । ଏଥିରେ ଭିକ୍କିଙ୍କ ପ୍ରଦର୍ଶନଙ୍କୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଏବେ ସେ ତାଙ୍କର ଆଗାମୀ ଫିଲ୍ମ ମହାବତାର ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମହାବତାର ସେ ଭଗବାନ ପର୍ଶୁରାମଙ୍କ ଭୂମିକା କରିବେ । ସ୍ତ୍ରୀ ୨ ଫେମ ଅମର କୌଶିକ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ମହାବତାର ଫିଲ୍ମର ଶୁଟିଂ ପୂର୍ବରୁ ଭିକ୍କୀ ଓ ଅମର ନନଭେଜ ଏବଂ ମଦ ଛାଡିଛନ୍ତି । ସମ୍ପୂର୍ଣ୍ଣ ନିଷ୍ଠାର ସହ ସେମାନେ ଏହି ଫିଲ୍ମ କରିବା ପାଇଁ ମନ ବଳାଇଛନ୍ତି । ଭଗବାନ ପର୍ଶୁରାମଙ୍କ ପ୍ରତି ସମସ୍ତଙ୍କ ମନରେ ଭୟ ଓ ଭକ୍ତି ରହିଛି । ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଏକ ବଡ ପୂଜାର ଆୟୋଜନ କରାଯିବ ।

ବର୍ତମାନ ଅମର ଫିଲ୍ମର ପ୍ରି-ଭିଜୁଆଲାଇଜେଶନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଭିକ୍କୀ ଲଭ ଆଣ୍ଡ ୱାର ଫିଲ୍ମର ଶୁଟିଂ ଶେଷ କରିବା ପରେ ସମ୍ପୂର୍ଣ୍ଣ ଭାବେ ମହାବତାର ଉପରେ ଧ୍ୟାନ ଦେବେ । ୨୦୨୬ ଶେଷ ଭାଗରେ ଏହାର ଶୁଟିଂ ଆରମ୍ଭ ହେବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ଭିଏଫଏକ୍ସର ବହୂଳ ବ୍ୟବହାର ହେବାକୁ ଥିବାରୁ ଫିଲ୍ମକୁ ଶୀଘ୍ର ଶେଷ କରି ଏଥିପ୍ରତି ଧ୍ୟାନ ଦେବା ପାଇଁ ସମ୍ପୂର୍ଣ୍ଣ ଟିମ ଚାହୁଁଛି । ଭିକ୍କି ତାଙ୍କର ସମସ୍ତ ଫିଲ୍ମ ମନଧ୍ୟାନ ଦେଇ କରିଥାନ୍ତି । ସେଥିପାଇଁ ଦିନକୁ ଦିନ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

Comments are closed.