Latest Odisha News

BREAKING NEWS

ବାହା ହେବେନି ଭିକି ଓ କାଟ୍ରିନା!

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବିବାହକୁ ଚର୍ଚ୍ଚା ଜୋର୍‌ ଧରିଛି। ଡିସେମ୍ବରରେ ବିବାହ ହେବା ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି। ଗତ କିଛି ସପ୍ତାହ ହେବ ଚର୍ଚ୍ଚାର ବିଷୟ ପାଲଟିଛି ଭିକି ଓ କ୍ୟାଟ୍‌ଙ୍କ ବିବାହ। ସେମାନଙ୍କ ବ୍ରାଇଡାଲ୍ ପୋଷାକ ଡିଜାଇନର୍ ଠାରୁ ଆରମ୍ଭ କରି ମେହେନ୍ଦି ସମାରୋହର ବିଷୟରେ ତଥ୍ୟ ଭାଇରାଲ୍ ହେଉଛି।

ଏହାସହିତ ସେମାନଙ୍କ ବିବାହରେ ସାମିଲ ହେବାକୁ ଥିବା ଗେଷ୍ଟ୍‌ ଲିଷ୍ଟଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଭିକିଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଯେତେବେଳେ ସେମାନଙ୍କ ବିବାହ ବିଷୟରେ ପଚରାଯାଇଥିଲା ସେତେବେଳେ ସେ ‘ଆଶ୍ଚର୍ଯ୍ୟ’ ହୋଇ ପ୍ରତିକ୍ରିୟା ଦେଇଥିଲେ। ତେବେ ଭିକି କିମ୍ବା କ୍ୟାଟ୍ରିନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ।

ଏକ ସାକ୍ଷାତକାରରେ ଭିକିଙ୍କ ସମ୍ପର୍କୀୟ ଭଉଣୀ ପ୍ରକାଶ କରିଛନ୍ତି ଯେ ସେମାନେ ବିବାହ କରୁନାହାଁନ୍ତି ଏବଂ ସେମାନଙ୍କ ବିବାହ ବିଷୟରେ ଗୁଜବ ପ୍ରଚାର କରାଯାଉଛି।

Comments are closed.