Latest Odisha News

BREAKING NEWS

ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ଦିଲ୍ଲୀ: ସୋମବାରଠୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ପୂର୍ବାହ୍ନ ସାଢ଼େ ୧୧ଟାରେ ବସିବ ଏହି ବୈଠକ । ବୈଠକରେ ନରେନ୍ଦ୍ର ମୋଦିଙ୍କ ସହିତ ବିରୋଧୀ ଦଳର ନେତାମାନେ ମଧ୍ୟ ସାମିଲ ହେବେ ।

ଶୀତକାଳୀନ ଅଧିବେଶନ ପାଇଁ ଏନଡ଼ିଏ ରଣନୀତି ପ୍ରସ୍ତୁତ କରିବ । କଣ କଣ କାର୍ଯ୍ୟସୂଚୀ ରହିଛି ଏନେଇ ବୈଠକରେ ଆଲୋଚନା ହେବ । ସଂସଦର ଚଳିତ ଅଧିବେଶନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆସିବାର ଅଛି । ନୂଆ କୃଷି ଆଇନ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବାବେଳେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କେନ୍ଦ୍ରର କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇସାରିଥିବାବେଳେ କୃଷି ଆଇନ ପ୍ରତ୍ୟାହାର ବିଲକୁ ସଂସଦର ଚଳିତ ଅଧିବେଶନରେ ଆଗତ କରିବେ ମୋଦି ସରକାର ।

Leave A Reply

Your email address will not be published.