Latest Odisha News

BREAKING NEWS

ବଲିଉଡରେ ୨୦ ବର୍ଷ ପୂରଣ କଲେ କାଟ୍ରିନା, ଶୁଭେଚ୍ଛା ଜଣାଇ ଢେର ପ୍ରଶଂସା କଲେ ବିକ୍କି

ମୁମ୍ବାଇ: ବଲିଉଡରେ ୨୦ ବର୍ଷ ପୂରଣ କରିଛନ୍ତି ଲୋକପ୍ରିୟ ଅଭିନେତ୍ରୀ କାଟ୍ରିନା କୈଫ । ହିନ୍ଦୀ କହି ପାରୁ ନ ଥିବା ଜଣେ ଝିଅ ବଲିଉଡ଼ରେ ଲୋକପ୍ରିୟ ଅଭିନେତ୍ରୀ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା କମ୍ କଥା ନୁହେଁ । ତାଙ୍କର ଏହି ଯାତ୍ରା ବେଶ ପ୍ରେରଣାଦାୟୀ । ସେ ଏହି ୨୦ ବର୍ଷ ଭିତରେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ଦର୍ଶକଙ୍କୁ । କାଟ୍ରିନାଙ୍କ ଏହି ସଫଳତାକୁ ନେଇ ତାଙ୍କ ସ୍ୱାମୀ ତଥା ଅଭିନେତା ବିକ୍କି କୌଶଲ ଶୁଭେଚ୍ଛା ଜଣାଇବା ସହ ଢେର୍ ପ୍ରଶଂସା କରିଛନ୍ତି । ଏଥିସହ ତାଙ୍କ ପ୍ରଶଂସକ ବି ଶୁଭେଚ୍ଛା ଜଣାଇଛନ୍ତି ।

BjdElectrycity

ଅଭିନେତା ବିକ୍କି ଏକ ସାକ୍ଷାତକାରରେ କହିଛନ୍ତି ଯେ, କାଟ୍ରିନା ଅଭିନେତ୍ରୀ ଭାବେ ବଲିଉଡ଼ରେ ୨୦ ବର୍ଷ ପୂରଣ କରିବା ଖୁସିର କଥା । ଏଥିଲାଗି ତାଙ୍କୁ ଅନେକ ଶୁଭେଚ୍ଛା । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । କାରଣ ସେ ବହୁତ ପରିଶ୍ରମୀ । ସେ ପ୍ରତ୍ୟେକ କାମକୁ ଠିକ୍ କରିବାକୁ ଚେଷ୍ଟା କରିଥାନ୍ତି । କାଟ୍ରିନା ମୋ ଲାଇଫରେ ଆସିବା ପରେ ମୁଁ ପୁରା ବଦଳିଯାଇଛି । ତାଙ୍କୁ ମୁଁ ଜଣେ ଭଲ ମଣିଷ ଭାବେ ମଧ୍ୟ ଜାଣେ । ଦେଖିବାକୁ ଗଲେ ସେ ଜଣେ ଯୋଦ୍ଧା । ଯେତେବେଳେ କିଛି ବି ତାଙ୍କ ସପକ୍ଷରେ କାମ କରେ ନାହିଁ ସେ ନିଜର ପ୍ରଚେଷ୍ଟା ବଳରେ ସବୁକିଛି ଠିକ୍ କରିବାକୁ ଚେଷ୍ଟା କରିଥାନ୍ତି । ମୁଁ ତାଙ୍କଠାରୁ ବହୁତ କିଛି ଶିଖିଛି । ଆମେ ଦୁହେଁ ବହୁତ ଅଲଗା । ମୁଁ ଶାନ୍ତ ରୁହେ ହେଲେ ସେ ସବୁବେଳେ ଲଢ଼ିବାକୁ ପ୍ରସ୍ତୁତ ଥାନ୍ତି । ଅଭିନେତ୍ରୀ ଭାବେ ସେ ବିଗତ ବର୍ଷଗୁଡ଼ିକରେ ବହୁତ କିଛି ପ୍ରାପ୍ତ କରିଛନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.