ମୁମ୍ବାଇ: ଭୂମି ପେଡନେକର ଏବଂ ଅକ୍ଷୟ କୁମାରଙ୍କ ପରେ ଏବେ ବିକି କୌଶଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଅଭିନେତା ବର୍ତ୍ତମାନ ଘରେ ସଙ୍ଗରୋଧରେ ରହିଛନ୍ତି। ବିକି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ମଧ୍ୟ ନିଜର କରୋନା ପରୀକ୍ଷା କରି ସତର୍କତା ଅବଲମ୍ବନ କରନ୍ତୁ।
ସେ ଲେଖିଛନ୍ତି ଯେ, “ସମସ୍ତ ଯତ୍ନ ଏବଂ ସତର୍କତା ସତ୍ବେ, ଦୁର୍ଭାଗ୍ୟବଶତଃ ମୁଁ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି। ସମସ୍ତ ଜରୁରୀ ନିର୍ଦ୍ଦେଶାବଳୀ ଅନୁସରଣ କରି ମୁଁ ମୋର ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରୁଛି। ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ତୁରନ୍ତ କରୋନା ପରୀକ୍ଷା କରିବାକୁ ଏବଂ ନିରାପଦରେ ରହିବାକୁ ଅନୁରୋଧ କରିଛନ୍ତି ବିକି।
Comments are closed.