Latest Odisha News

BREAKING NEWS

ରାଜସ୍ଥାନରେ ଖୋଲିଲା ମାଆ କ୍ଷୀର ଭଣ୍ଡାର, ଅନାଥ ଶିଶୁ ପାଇବେ ମାଗଣା କ୍ଷୀର 

ରାଜସ୍ଥାନ: ରାଜସ୍ଥାନ ଯୋଦ୍ଧପୁର ଠାରେ ଦେଶର ପ୍ରଥମ ମା’କ୍ଷୀର ଭଣ୍ଡାର ଖୋଲିଛି । ‘ନବଜୀବନ ସଂସ୍ଥାନ’ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରିଛି । ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ଥିବା ଶିଶୁ ମାନଙ୍କୁ ଏଠାରୁ ଶିଶୁମାନଙ୍କୁ ମାଆ କ୍ଷୀର ଯୋଗାଇ ଦିଆଯିବ । 

ଏହି ଭଣ୍ଡାରକୁ ମା’ ମାନେ ସେମାନଙ୍କ କ୍ଷୀର ଦାନକରି ପାରିବେ । ଏଥିପାଇଁ ସଂସ୍ଥାନ ପକ୍ଷରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ନବଜାତ ଶିଶୁ ଯାହାର ମାଆ ନଥିବ, ରୋଗୀଣା ମା’ର ଶିଶୁ, ଏଚଆଇଭି ପୀଡିତ ମା’ର ଶିଶୁ ଓ ଅନାଥାଶ୍ରମର ଶିଶୁମାନଙ୍କୁ ମା’ କ୍ଷୀର ଭଣ୍ଡାର ପକ୍ଷରୁ କ୍ଷୀର ଯୋଗାଇ ଦିଆଯିବ ବୋଲି ‘ନବଜୀବନ ସଂସ୍ଥାନ’ ପକ୍ଷରୁ କୁହାଯାଇଛି ।  

ମା’କ୍ଷୀର ଦ୍ୱାରା ଶିଶୁର ମାନସିକ ଓ ଶାରୀରିକ ବିକାଶ ହୋଇଥାଏ । ଏହାସହ ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ।

Leave A Reply

Your email address will not be published.