Latest Odisha News

କ୍ରିକେଟରଙ୍କ ବାୟୋପିକରେ କାମ କରିବାକୁ ଚାହୁଁଛନ୍ତି ଭିକ୍କି କୌଶଲ

ମୁମ୍ବାଇ: କ୍ରିକେଟ ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରୁଛି । ରବିବାର କୋଲକାତାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ସମୟରେ ବଲିଉଡ ଅଭିନେତା ଭିକ୍କି କୌଶଲଙ୍କୁ କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ କ୍ରିକେଟ ବିଷୟରେ କହିଥିଲେ । ଯେତେବେଳେ କମେଣ୍ଟେଟର ତାଙ୍କୁ ପଚାରିଥିଲେ କେଉଁ କ୍ରିକେଟରଙ୍କ ବାୟୋପିକ ସେ କରିବାକୁ ଚାହୁଁଛନ୍ତି । ସେ ଏହାର ଏକ ମଜାଳିଆ ଉତ୍ତର ଦେଇଥିଲେ ।

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ଭିକ୍କିଙ୍କ ସହ କମେଣ୍ଟ୍ରି ବକ୍ସରେ ବସିଥିଲେ । ଯେତେବେଳେ ଅଭିନେତାଙ୍କୁ କୌଣସି କ୍ରିକେଟରଙ୍କ ବାୟୋପିକ ବିଷୟରେ ପଚରାଗଲା, ସେ କହିଥିଲେ – ଲୋକମାନେ ମୋତେ ରିଭ୍ୟୁରେ କୁହନ୍ତି ଯେ ତୁମେ ଗମ୍ଭୀର ଭୂମିକାରେ ଭଲ ଦେଖାଯାଉଛ । ଏହି ସମୟରେ ଗୌତମ ଗମ୍ଭୀର ତାଙ୍କ ପାଖରେ ବସିଥିଲେ ।

ଭିକ୍କିଙ୍କ ଏହି ବୟାନର ଉତ୍ତରରେ ଗମ୍ଭୀର କହିଛନ୍ତି ଯେ ଆପଣ ପିନ୍ଧିଥିବା ପୋଷାକ ବହୁତ ଭଲ । କାରଣ ମୋ ଜୀବନ ବ୍ଲାକ ଆଣ୍ଡ ହ୍ୱାଇଟ । ତେଣୁ ଅନ୍ତତଃପକ୍ଷେ ଆପଣ କଳା ରଙ୍ଗର ପୋଷାକ ପିନ୍ଧୁଛନ୍ତି । ଏହା ଉପରେ ଅଭିନେତା କହିଛନ୍ତି- ମୁଁ ପ୍ରସ୍ତୁତି ଆରମ୍ଭ କରିଛି । ବଲିଉଡର ଏହି ଅଭିନେତାଙ୍କୁ ଲମ୍ବା ଦାଢି ଏବଂ କଳା ଟି-ସାର୍ଟ ସହିତ କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳିଥିଲା ।

ଏହି ସମୟରେ କମେଣ୍ଟ୍ରେଟର କହିଥିଲେ, ଗମ୍ଭୀର, ତୁମେ ତୁମର ବାୟୋପିକର ଅଧିକାର କାହାକୁ ଦେଇ ଦେଇ ନ ତ । ଏହାର ଉତ୍ତରରେ ଗମ୍ଭୀର ଏକ ହାଲୁକା ସ୍ୱରରେ କହିଛନ୍ତି ଯେ ମୋ ଜୀବନରେ ଫିଲ୍ମ କରିବା ପୂର୍ବରୁ ଆପଣଙ୍କୁ ଜଣେ ଆଡଭୋକେଟ ହେବାକୁ ପଡିବ ।

Comments are closed.