Latest Odisha News

ଦିନକୁ ଦିନ ବଢୁଛି ସାଇବର ଠକଙ୍କ ଦୌରାତ୍ମ୍ଯ, ୬ ମାସରେ ୩୬ କୋଟି ଲୁଟିଲେ

ଭୁବନେଶ୍ୱର: ଦିନକୁ ଦିନ ବଢିଚାଲିଛି ସାଇବର ଠକଙ୍କ ଦୌରାତ୍ମ୍ଯ। ଶିକାର ହେଉଛନ୍ତି ଜନତା। ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି।

ସାଇବର ଲୁଟେରାଙ୍କ ଟାର୍ଗେଟରେ ଅଛନ୍ତି ସାଧାରଣ ଜନତା । ୨୦୨୪ ଜାନୁଆରୀରୁ ଜୁନ୍ ମାସ ଅର୍ଥାତ୍ ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି । ଏସବୁ ମାମଲାରେ ମୋଟ ୩୬ କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜିବ ପଣ୍ଡା।

ତେବେ ଏହି ମାମଲା ଗୁଡିକ ଭୁବନେଶ୍ୱର ସମେତ ଭିନ୍ନଭିନ୍ନ ସ୍ଥାନର ରହିଛି ବୋଲି ସେ କହିଛନ୍ତି।

ସାଇବର ଠକେଇ ମାମଲା ମଧ୍ୟରୁ ଅଧିକାଂଶ ୟୁପିଆଇ ଠକେଇ, ସୋସିଆଲ ମିଡିଆ ଠକେଇ, ପାର୍ସଲ ଜନିତ ଠକେଇ ଏବଂ ସିମ୍ KYC ସଂପର୍କିତ ଠକେଇ ରହିଛି। ତେବେ ଏହି ଘଟଣାରେ ୨୧ ଜଣ ସାଇବର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Comments are closed.