Latest Odisha News

‘ପୁଅର ମୃତ୍ୟୁ ପାଇଁ ଦାୟୀ ରେଳବିଭାଗ, ଏବେ ୧୫ ହଜାର ଟଙ୍କା ଦେଇ ଉପହାସ କରୁଛି’

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ରେ ଶୁକ୍ରବାର ଜଣେ ଯୁବକଙ୍କ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଟ୍ରେନରେ ଯାତ୍ରୀ ଜଣଙ୍କ ବସିଥିବା ବେଳେ ଝରକା ଦେଇ ଏକ ଲୁହା ରଡ୍ ଆସି ପଶିଯାଇଥିଲା । ଏହାପରେ ସଂପୃକ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ରେଳ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ତେବେ ରେଳବାଇ ପକ୍ଷରୁ ମୃତକଙ୍କ ବାପାଙ୍କୁ ୧୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇଛି। ସେମାନେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେ କହିଥିଲେ ପାରୁଛ ଯଦି “ମୋ ଠାରୁ ୫୦ ହଜାର ଟଙ୍କା ନିଅ ।” ଏହାପରେ ସଙ୍ଗେସଙ୍ଗେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ରେଳ ପ୍ରଶାସନର ଅବହେଳା ଯୋଗୁଁ ପୁଅର ଜୀବନ ଯାଇଛି ବୋଲି ମୃତକଙ୍କ ବାପା କହିଛନ୍ତି । ବର୍ତ୍ତମାନ, ରେଳବାଇ ୧୫ ହଜାର ଟଙ୍କା କ୍ଷତିପୂରଣ ଦେଇ ପୁଅର ମୃତ୍ୟୁକୁ ପରିହାସ କରିଛି। ରେଳବାଇ ଅଧିକାରୀମାନେ ଏପରି ଅଘଟଣ ସହିତ ତ୍ରୁଟି ପାଇଁ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ସେ କାହାରି କଥା ଶୁଣିନଥିଲେ ଏବଂ ପୁଅର ମୃତଦେହ ନେଇ ପଳାଇ ଆସିଥିଲେ।

ମୃତକଙ୍କ ବାପା, ବୋହୂକୁ ଚାକିରି ଓ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ମୃତଙ୍କର ଦୁଇଟି ନାବାଳକ ଥିବା ସେ କହିଛନ୍ତି। ସେମାନେ ଏବେ କେମିତି ବଞ୍ଚିବେ ବୋଲି ପ୍ରଶ୍ନ କରିଛନ୍ତି ।

ମୃତକଙ୍କ ବାପା ସନ୍ଥରାମ ପ୍ରଥମେ ଶବ ନେବାକୁ ମନା କରିବା ସହ ନ୍ୟାୟ ପାଇଁ ଦାବି କରିବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ପୋଲିସ ଓ ସିଆରପିଏଫ୍ ଯବାନମାନେ ପହଞ୍ଚିଥିଲେ। ପରେ ସେ ଟଙ୍କା ନେବାକୁ ମନା କରିଦେଇଥିଲେ। ଏହାପରେ ସୁଲତାନପୁର ଯାଇ ଜିଲ୍ଲପାଳଙ୍କ ଅଫିସ ଆଗରେ ଧାରା ଦେଇ ନ୍ୟାୟ ଦାବି କରିବେ ବୋଲି ସେ କହିଛନ୍ତି। ରେଳବାଇର ଅବହେଳା ଯୋଗୁଁ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ସନ୍ଥରାମ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ସକାଳ ୯ଟାରୁ ଟ୍ରାକ୍ ଅବରୋଧ ରହିଥିନ୍ତା। ଟ୍ରେନର ରୁଟ୍ ମଧ୍ୟ ବଦଳି ଯାଇଥାନ୍ତା କିନ୍ତୁ ସମୟ ଆଗରୁ ୮ଟା ୩୫ରେ ଟ୍ରେନ୍ କାମ ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ନୀଳାଞ୍ଚଳ ଏକ୍ସପ୍ରେସ୍ ଅତିକ୍ରମ କରିଥିଲା। ଟ୍ରେନର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ଥିଲା।

ଜିଆରପି ଇନ୍ସପେକ୍ଟର ସୁବୋଧ ଯାଦବ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଶ୍ରମିକମାନେ ଟ୍ରାକ୍ ଉପରକୁ ଉଠାଇବା ପାଇଁ ଶାବଳ ବ୍ୟବହାର କରୁଥିଲେ। ଯାହା ତାଙ୍କ ହାତରୁ ଖସି ଯାଇଥିଲା। ପରେ ସେହି ଅଞ୍ଚଳ ଦେଇ ଯାଉଥିବା ନୀଳାଞ୍ଚଳ ଏକ୍ସପ୍ରେସ୍ ଭିତରକୁ ଛିଟିକି ଯାଇ ପଶିଯାଇଥିଲା।

Comments are closed.