Latest Odisha News

BREAKING NEWS

ରଣଜୀ ଟ୍ରଫି ଫାଇନାଲ: ବିଦର୍ଭ ୨୮୬ ରନରେ ଅଗ୍ରଣୀ

ନାଗପୁର: ଚଳିତ ରଣଜୀ ଟ୍ରଫି ଫାଇନାଲର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା କେରଳ ବିପକ୍ଷରେ ବିଦର୍ଭ ୨୮୬ ରନର ଅଗ୍ରଣୀ ହାସଲ କରି ନେଇଛି । ରବିବାର ମ୍ୟାଚର ଅନ୍ତିମ ଦିବସ । ବିଦର୍ଭ ଷ୍ଟମ୍ପ ଅପସାରଣ ବେଳକୁ ଦ୍ୱିତୀୟ ଇନିଂସରେ ୪ ୱିକେଟ ହରାଇ ୨୪୯ ରନ ସଂଗ୍ରହ କରିନେଇଛି । କରୁଣ ନାୟାର ୧୩୨ ଓ ଅକ୍ଷୟ ୱିଡେକର ୪ ରନ କରି ଅପରାଜିତ ରହିଛନ୍ତି । ପୂର୍ବରୁ ବିଦର୍ଭ ପ୍ରଥମ ଇନିଂସରେ ୩୭୯ ରନ କରିଥିଲା । ଏହାର ଜବାବରେ କେରଳ ୩୪୨ ରନ କରି ଅଲଆଉଟ ହୋଇ ଯାଇଥିଲା । ବିଦର୍ଭ ପ୍ରଥମ ଇନିଂସରେ ୩୭ ରନର ଅଗ୍ରଣୀ ରହିଥିବାର ଏହା ତାଙ୍କୁ ଫାଇଦାରେ ରଖିବ ବୋଲି ଅନୁମାନ କରାଯାଉଛି ।

ଜବରଦସ୍ତ ଫର୍ମରେ ଥିବା କରୁଣ ପୂନର୍ବାର ଆକର୍ଷଣୀୟ ଶତକ ହାସଲ କରି ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଶ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ଏଥିସହ ସେ ୮୦୦୦ ରନ ମାର୍କ ଅତିକ୍ରମ କରିଛନ୍ତି । ସେ ୨୦୨୪-୨୫ ରଣଜୀ ସିଜନରେ ୪ଟି ଶତକ ମାରିବା ସହ ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ୮୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି । ଏହା ତାଙ୍କ କ୍ୟାରିୟରର ୨୩ତମ ପ୍ରଥମଶ୍ରେଣୀ ଶତକ ।

Comments are closed.