ନାଗପୁର: ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ କେରଳକୁ ପଛରେ ପକାଇ ବିଦର୍ଭ କ୍ରିକେଟ ଟିମ ରଣଜୀ ଚାମ୍ପିୟନ ହୋଇଛି । ବିଦର୍ଭର ଏହା ତୃତୀୟ ରଣଜୀ ଟାଇଟଲ । ଏହା ପୂର୍ବରୁ ୨୦୧୭ ଓ ୨୦୧୮ରେ ଦଳ ଚାମ୍ପିୟନ ହୋଇଥିଲା । ୫ମ ଦିବସ ଖେଳ ପରେ ମ୍ୟାଚ ଡ୍ର ରହିଥିଲା । ବିଦର୍ଭ ଡାନୀଶ ମାଲେୱେରଙ୍କ ୧୫୩ ଓ କରୁଣ ନାୟାରଙ୍କ ୮୬ ରନ ସହାୟତାରେ ୩୭୯ ରନ କରିଥିଲା । ଅଧିନାୟକ ସଚିନ ବେବୀଙ୍କ ୯୮ ରନ ବଳରେ କେରଳ ୩୪୨ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ବିଦର୍ଭ ପ୍ରଥମ ଇନିଂସରେ ୩୭ ରନର ଅଗ୍ରଣୀ ହାସଲ କରିଥିଲା ।
ଦ୍ୱିତୀୟ ଇନିଂସରେ ବିଦର୍ଭ ୯ ୱିକେଟ ହରାଇ ୩୭୫ ରନ କରିଥିଲା । ଏହା ପରେ ମ୍ୟାଚର ସମାପ୍ତି ଘୋଷଣା କରାଯାଇଥିଲା । କରୁଣ ନାୟାର ୧୩୫ ରନର ଇନିଂସ ଖେଳିଥିଲେ । କେରଳ ପକ୍ଷରୁ ଆଦିତ୍ୟ ସରୱେତ ୪ଟି ୱିକେଟ ଅକ୍ତିଆର କcରିଥିଲେ । ଡାନୀଶ ମାଲୱେର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ହର୍ଷ ଦୁବେ ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ । ବିଦର୍ଭ ଏଥର ରଣଜୀ ମୁକାବିଲାରେ ୧୦ରୁ ୯ ମ୍ୟାଚରେ ବିଜୟ ହାସଲ କରିବାରେ ସଫଳ ହୋଇଥିଲା ।
Comments are closed.