କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ରୁମ୍ରେ ଭିଡିଓ ରେକର୍ଡିଂ ମାମଲାରେ ୨ଯୁବକଙ୍କୁ ଡାକିଲା ପୋଲିସ । ଭିଡିଓ କରିଥିବା ୨ ଯୁବକଙ୍କୁ କଟକ ପୁରୀ ଘାଟ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଭିଯୋଗ ଅନୁଯାୟୀ ଭିଡିଓ କରୁଥିବା ୨ ଯୁବକ ଅନୁଭବଙ୍କ ସହଯୋଗୀ । ଗତକାଲି ଅପରାହ୍ଣରେ ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ୨ ଯୁବକ ବର୍ଷାଙ୍କ ଭିଡିଓ କରୁଥିବା ଅଭିଯୋଗ ହୋଇଥିଲା । ଏପରିକି ରୁମ ଭିତରକୁ ଧସେଇ ପଶିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହା ପରେ ବର୍ଷା ଶହେ ନମ୍ବର କଲ କରିବାକୁ ସୁରକ୍ଷା ଲୋଡିଥିଲେ । ଏନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
Comments are closed.