Latest Odisha News

BREAKING NEWS

ପୋଲିସ-ନକ୍ସଲ ଗୁଳି ବିନିମୟ, ଦୁଇ ନକ୍ସଲ ନିହତ

ମାଲକାନଗିରି: ମାଲକାନିଗିରି ଜିଲ୍ଲା ସୀମାନ୍ତ ଚେର୍ଲାମଣ୍ଡଳ ଠାରେ ପୋଲିସ ନକ୍ସଲ ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ବହୁଳ ପରିମାଣରେ ଗୁଳି ବାରୁଦ ଜବତ କରିଛି ସୀମାନ୍ତ ପୋଲିସ ।

ମିଳିଥିବା ସୁଚନା ଅନୁଯାୟୀ, ଚେର୍ଲାମଣ୍ଡଳ ଅନ୍ତର୍ଗତ ଭାଡ଼ିପେଟା ଓ ପୁସୁଗୁପା ଅଞ୍ଚଳରେ କିଛି ନକ୍ସଲ ଏକାଠି ହୋଇଥିବା ପୋଲିସ କୁ ସୂଚନା ମିଳିଥିଲା । ଏହାପରେ ଗତକାଲି ରାତିରେ ପୋଲିସ ଚଢ଼ାଉ କରିଥିଲା । ସେମାନଙ୍କ ମଧ୍ୟରେ ପ୍ରାୟ ୨୦ମିନିଟ ର ଗୁଳି ବିନିମୟ ହୋଇଥିଲା । ପରେ ରାତିରେ ଅନ୍ଧାରର ଫାଇଦା ଉଠାଇ ଅନେକ ନକ୍ସଲ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ ।

 

Leave A Reply

Your email address will not be published.