Latest Odisha News

ଚା’ରେ ଛେପ ପକାଇ ବିକ୍ରି କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ମସୁରୀ: କେତେବେଳେ ଜୁସରେ ପରିସ୍ରା ତ ଆଉ କେତେବେଳେ ଛେପ ପକାଇ ରୁଟି ବିକ୍ରି କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ବର୍ତ୍ତମାନ ଭାଇରାଲ ହେଉଥିବା ଅନ୍ୟ ଏକ ଭିଡିଓ ସମସ୍ତଙ୍କୁ ଚକିତ କରିଦେଇଛି।

ଉତ୍ତରାଖଣ୍ଡର ମସୁରୀରୁ ଆସିଥିବା ଏହି ଭିଡିଓରେ ଚା’ ବିକ୍ରି କରାଯାଉଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଚା’ ବିକ୍ରି କରୁଥିବା ବ୍ୟକ୍ତି ଜଣକ ଅଚାନକ ଚା’ରେ ଛେପ ପକାଇ ଦେଉଛନ୍ତି, ଯାହାପରେ ସେହି ଚା’କୁ ଲୋକଙ୍କୁ ବିକ୍ରି କରାଯାଉଛି।

ତେବେ ମସୁରୀ ପୋଲିସ ଏହି ଘଟଣାରେ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି କୁହାଯାଉଛି।

ଏହି ଘଟଣା ମସୁରୀର ଲାଇବ୍ରେରୀ ଛକ୍ (ଗାନ୍ଧୀ ଛକ୍) ରେ ଘଟିଛି। ଅନେକ ପର୍ଯ୍ୟଟକ ମୁସୁରି ଲାଇବ୍ରେରୀ ଛକ୍ ଠାରେ ଭ୍ୟୁ ପଏଣ୍ଟର ମଜା ନେବା ପାଇଁ ଆସିଥିଲେ।

 

Comments are closed.