Latest Odisha News

ଟେକ୍‌ ଅଫ୍‌ ବେଳେ ବିମାନରେ ଲାଗିଲା ନିଆଁ, ଦେଖନ୍ତୁ ଭିଡିଓ

କାଠମାଣ୍ଡୁ: ନେପାଳର କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ)ରେ ଟେକ୍‌ ଅଫ୍‌ ବେଳେ ସୌରିଆ ଏୟାରଲାଇନ୍ସର ଏକ ବିମାନ ୯ଏନ୍-ଏଏମଇ (ସିଆରଜେ ୨୦୦) ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://x.com/vani_mehrotra/status/1816010393954762824?t=yCcVblrq_tP7JpHLlhHWmA&s=19

ଆଜି କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୧୯ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲା ଏହି ବିମାନ। ଏଥିରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ବିମାନର ପାଇଲଟ ୩୭ ବର୍ଷୀୟ ମନୀଷ ଶାକ୍ୟଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସିନାମଙ୍ଗଳସ୍ଥିତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ଆଜି ସକାଳ ୧୧ଟାରେ ୧୯ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ପୋଖରା ଯାଉଥିବାବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣା ସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

Comments are closed.