ମୁମ୍ବାଇ: ପୁଣି ଥରେ ହଟ୍ଲୁକ୍ରେ ଦେଖିବାକୁ ମିଳିଛି ଅଭିନେତ୍ରୀ ବିଦ୍ୟା ବାଲାନଙ୍କୁ । ତାଙ୍କର ଏହି ହଟ୍ ଲୁକ୍ର ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ଫିଲ୍ମ ‘ଡାର୍ଟି ପିକ୍ଚର’କୁ ନେଇ ବିଦ୍ୟା ବେଶ ଚର୍ଚ୍ଚିତ ହୋଇଥିବା ବେଳେ ଏବେ ପୁଣି ତାଙ୍କର ଏହି ଫଟୋକୁ ନେଇ ସବୁ ମହଲରେ ଢେର ଚର୍ଚ୍ଚା ।
ଭାଇରାଲ ହେଉଥିବା ଫଟୋଟିରେ ବିଦ୍ୟା ଫୁଲ୍ ବୋଲ୍ଡ଼ ଲୁକ୍ରେ ନଜରକୁ ଆସିଛନ୍ତି । ଏଥିରେ ଚେୟାର ଉପରେ ବିଦ୍ୟା ବସିଥିବା ବେଳେ ଗୋଟିଏ ହାତରେ ନ୍ୟୁଜ୍ ପେପର ଓ ଅନ୍ୟ ହାତରେ କଫି କପ୍ ଧରିଛନ୍ତି । ଶରୀରକୁ ଖବରକାଗଜରେ ଢାଙ୍କିବା ଉଦ୍ୟମ ଭିତରେ ବିଦ୍ୟା ନିଜର ବୋଲ୍ଡ଼ ଲୁକ୍ ରଖିଛନ୍ତି । ଏବେ ସୁଦ୍ଧା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏହି ଫଟୋ । ଏଥିପାଇଁ ତାଙ୍କର ଅନେକ ଫ୍ୟାନ୍ ପୋଷ୍ଟକୁ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ଏହାକୁ ଦେଖି କିଛି ଉତ୍ତର ନ ଦେଇଥିବା ଦେଖାଦେଇଛି । କିଛି ସିନେପ୍ରେମୀ ମଧ୍ୟ ଏହାକୁ ନାପସନ୍ଦ କରୁଛନ୍ତି ।
ଯାହା ସୂଚନା ମିଳୁଛି ଏହି ଫଟୋଟି ଏକ ମାଗାଜିନ୍ର କଭର ପେଜ ପାଇଁ ସୁଟ୍ ହୋଇଛି । ଖୁବ୍ଶୀଘ୍ର ଏହାର ପବ୍ଲିକେସନ ବଜାରକୁ ଆସିବ । ମଜା କଥା ହେଉଛି ଅନେକ ମଧ୍ୟ ଏହା ଏକ ଫେକ୍ ଫଟୋ ଓ ଉଦ୍ଦେଶ୍ୟମୂଳକ ଭାବରେ ଏଡ଼ିଟିଂ କରାଯାଇଛି ବୋଲି ମତ ରଖିଛନ୍ତି । ଆଗକୁ ବିଦ୍ୟାଙ୍କ ଅଭିନୀତ ଦୁଇଟି ଫିଲ୍ମ ରିଲିଜ୍ ହେଉଥିବା ବେଳେ ଏଥିପାଇଁ ଫଟୋ ସୁଟ୍ ହୋଇଥାଇପାରେ ବୋଲି ଅନେକ କହିଛନ୍ତି ।
Comments are closed.