Latest Odisha News

ବିନା ପୋଷାକରେ ଜଙ୍ଗଲରେ ୧୦ ଦିନ, ଇଣ୍ଟରନେଟରେ ନିଆଁ ଲଗାଉଛି ଫଟୋ

ମୁମ୍ବାଇ: ତାଙ୍କ ନିଖୁଣ ଅଭିନୟ ଓ ଫିଟନେସ୍ ଏବଂ ଷ୍ଟଣ୍ଟ ପାଇଁ ସେ ଦର୍ଶକଙ୍କ ପାଖରେ ବେଶ୍ ପରିଚିତ  । ଆମେ କହୁଛୁ ବିଦ୍ୟୁତ୍ ଜାମଓ୍ବାଲ୍ ଙ୍କ କଥା  । ଦୈନଦିନ ଜୀବନର ଅଏସ ଆରାମ ଛାଡି ସେ ଜଙ୍ଗଲରେ ଗୋଟିଏ ସପ୍ତାହ ବିତାଇଛନ୍ତି। ଗତକାଲି ତାଙ୍କ ଜନ୍ମଦିନକୁ ସେ ଏକାକୀ ଜଙ୍ଗଲରେ ପାଳନ କରିଛନ୍ତି । ଆଉ ଏହାର କିଛି ଫଟୋ ସେ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି । ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ପ୍ରକୃତିର କୋଳରେ ବିନା ପୋଷାକରେ ଏହି ସମୟକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଗୋଟିଏ ଫଟୋରେ, ସେ ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟକୁ ଦେଖାଇ ହାତକୁ ଆକାଶରେ ଉଠାଇ ଏକ ପୋଜ୍ ଦେଇଛନ୍ତି। ଫଟୋ କ୍ୟାପସନରେ ଲେଖିଛନ୍ତି ମୋତେ ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁବ୍ ଭଲ ଲାଗେ । ମୁଁ ଶାନ୍ତିରେ ସମୟ କାଟିବା ପାଇଁ ଜଙ୍ଗଲକୁ ଆସିଛି । ଅନ୍ୟ ଏକ ଫଟୋରେ ବିଦ୍ୟୁତ କାଠ ଓ ପଥର ବ୍ୟବହାର କରି ଜଙ୍ଗଲରେ ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା।

ପ୍ରକୃତିର ଏକାକୀତା ବିଷୟରେ ସେ ଲେଖିଛନ୍ତି, ହିମାଳୟ ସହିତ ମୋର ଯାତ୍ରା ୧୪ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ।  ପ୍ରତିବର୍ଷ ମୁଁ ଏଠାକୁ ଆସେ  । ଏବଂ ଏଠାରେ ୭ରୁ ୧୦ ଦିନ ସମୟ କାଟେ । ଆଉ ଏଠାରେ ମୋତେ ଶାନ୍ତି ମିଳେ । ଏହା ସହ ପ୍ରକୃତିରୁ ମିଳିଥିବା ଶାନ୍ତ ବାତାବରଣକୁ ମୁଁ ଉପଭୋଗ କରେ ।  ସ୍ଥାନୀୟ ଜଣେ ମେଷପାଳକ ମୋହନ ସିଂ ବିଦ୍ୟୁତଙ୍କର ଏହି ଫଟୋ କ୍ଲିକ୍ କରିଛନ୍ତି । କିଛି ଫ୍ୟାନ୍ସ ଏହାକୁ ପସନ୍ଦ କରିଥିବାବେଳେ ଆଉ କିଛି ଫ୍ୟାନ୍ସ ପ୍ରତିକ୍ରିୟାରେ କହିଛନ୍ତି ଜଙ୍ଗଲରେ ମୋଗଲି ବି ପତ୍ର ପିନ୍ଧୁଥିଲା  । କିନ୍ତୁ ଏପରି ବିନା ପୋଷାକରେ ବୁଲିବା କଣ ନିହାତି ଆବଶ୍ୟକ ଥିଲା କି ? ଆଉ କିଛି କହିଛନ୍ତି ଏସବୁ ରଣବୀରଙ୍କ ଅସର ।

Comments are closed.