Latest Odisha News

ବନ୍ଧାହେଲେ ଖଣି ବାବୁ, ନାଁରେ କରିଥିଲେ ସମ୍ପତ୍ତିର ଖଣି

ତାଳଚେର: ବନ୍ଧାହେଲେ ଅନୁଗୁଳ ଜିଲ୍ଲା ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ଗତକାଲି ଖଣି ଉପନିର୍ଦ୍ଦେଶକଙ୍କର ବିଭିନ୍ନ ସ୍ଥାନରେ ଚଢାଉ କରି ଆୟ ବର୍ହିଭୂତି ସମ୍ପତି ଠୁଳରେ ଆଜି ଗିରଫ କରିଛି ଭିଜିଲାନ୍ସ ।

ତେବେ ଖଣି ଉପନିର୍ଦ୍ଦେଶକ ଧରଣୀଧର ବାଲି ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ବିପୁଳ ଟଙ୍କା ନେଉଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସର ୩୩ ଜଣିଆ ଟିମ୍ ଚଢାଉ କରିଥିଲା । ହେଲେ ଖଣି ବାବୁଙ୍କର ସମ୍ପତ୍ତି ଖଣି ଦେଖି ଭିଜିଲାନ୍ସ ବି ଟେରା ହୋଇଥିଲା ।

ଭିଜିଲାନ୍ସ ପ୍ରଥମେ ଚଢାଉ କରି ୪ ଲକ୍ଷରୁ ଅଧିକ ଟଙ୍କା ଓ ତାଙ୍କ ମୋବାଇଲ ଫୋନ୍ ଜବତ କରିଥିଲା ଭିଜିଲାନ୍ସ । ଏହାପରେ ଖଣି ବାବୁଙ୍କର ତାଳଚେର ଅଫିସ, ସରକାରୀ ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ୱର ପଟିଆରେ ଥିବା ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ୱଶୁର ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ଚଢାଉ ପରେ ୧ କୋଟି ୩୦ ଲକ୍ଷର ଗୋଟେ ଫ୍ଲାଟ ଜବତ ହୋଇଥିବା ବେଳେ ଏହା ସହିତ ୧୧ଟି ପ୍ଲଟ, ୨ଟି ମାର୍କେଟ କମ୍ପ୍ଲେକ୍ସ, ଭୁବନେଶ୍ବରରେ ଗୋଟିଏ ଡୁପ୍ଲେକ୍ସ କୋଠା ସମେତ ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି । ଖାଲି ସେତିକି ନୁହେଁ
କେବଳ ଘରୁ ୯ ଲକ୍ଷ ୮୫ ହଜାର ଟଙ୍କା ନଗଦ ରାଶି ଜବତ କରିଛି ଭିଜିଲାନ୍ସ । ଯାହାକୁ ନେଇ କେଔଣସି ସନ୍ତୋଷଜନକ ଉତ୍ତର ନଦେଇପାରିବାରୁ ଆଜି ଖଣି ବାବୁଙ୍କୁ ବାନ୍ଧିଛି ଭିଜିଲାନ୍ସ ।

Comments are closed.