Latest Odisha News

BREAKING NEWS

ଧରା ପଡିଲେ ସୁନୀଲ ପାଢୀ, ଭିଜିଲାନ୍ସ ରେଡ ବେଳେ ଛାତରୁ ଡେଇଁ ମାରିଥିଲେ ଚମ୍ପଟ

ଭୁବନେଶ୍ଵର: ଧରାପଡ଼ିଲେ ଛାତରୁ ଡେଇଁ ଚମ୍ପଟ ମାରିଥିବା ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ ପାଢ଼ୀ । ଆଜି ରାତି ୪ଟାରେ ଭୁବନେଶ୍ଵରସ୍ଥିତ ଜାଗମରା ଘରେ ଭିଜିଲାନ୍ସ ରେଡ୍‌ ବେଳେ ପଡ଼ୋଶୀ ଘର ଛାତରୁ ଡେଇଁ ଚମ୍ପଟ ମାରିଥିଲେ ସୁନୀଲ ।

ସୂଚନା ଅନୁସାରେ, ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଚଢାଉ କରିଥିଲା । ଜେଇ ସୁନୀଲ କୁମାର ପାଢ଼ୀଙ୍କ ବାସ ଭବନ ସମେତ ଭୁବନେଶ୍ୱର ଓ ଗଞ୍ଜାମର ୫ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ଵରସ୍ଥିତ ଜାଗମରା ଘରେ ରେଡ ପାଇଁ ଭିଜିଲାନ୍ସ ଟିମ୍ ପହଞ୍ଚିବା କ୍ଷଣି ପଡିଶା ଘରର ଛାତ ଡେଇଁ ଚମ୍ପଟ ମାରିଥିଲେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ । ଏନେଇ ସ୍ପଷ୍ଟ କରିଥିଲା ଭିଜିଲାନ୍ସ ଟିମ୍ ।

ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସମନ ଅନୁଯାୟୀ, ଆଜି ସକାଳୁ ସୁନୀଲ କୁମାର ପାଢ଼ୀଙ୍କ ଘର ସମେତ ୫ଟି ସ୍ଥାନରେଏକକାଳୀନ ଚଢ଼ାଉ କରାଯାଇଛି । ସୁନୀଲଙ୍କ ସୁନାମ୍ଭ ସ୍ଥିତ ପୈତୃକ ଘର, ଆସିକା ବସଷ୍ଟାଣ୍ଡରେ ଥିବା ମାର୍କେଟ କମ୍ପେକ୍ସ, ଭଞ୍ଜନଗର ସ୍ଥିତ ସମ୍ପର୍କୀୟ ଘର, ଭୁବନେଶ୍ୱର ଜାଗମରା ଘରେ ଚଢଉ ଚାଲିଛି । ଏହି ଚଢ଼ାଉରେ ୬ ଜଣ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍‌ଆଇ ପ୍ରମୁଖ ସାମିଲ ହୋଇଛନ୍ତି । ସୁନୀଲଙ୍କ ଜାଗମରାସ୍ଥିତ ଘରୁ ନଗଦ ୪ଲକ୍ଷ ଟଙ୍କା ସମେତ ବହୁ ଦସ୍ତାବିଜ ଜବତ ହୋଇଛି ।

 

 

 

 

 

 

 

Leave A Reply

Your email address will not be published.