Latest Odisha News

BREAKING NEWS

ଭିଜିଲାନ୍ସ ହାତରେ ଯାଜପୁର ତହସିଲର ପୂର୍ବତନ ନାଜିର; ଛଅ ବର୍ଷ ଥିଲେ ଫେରାର

ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ଗୁରୁବାର ଯାଜପୁର ତହସିଲର ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଗିରଫ କରିଛି । ୪.୯୫ କୋଟି ଟଙ୍କାର ଅନିୟମିତତା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଖୋଜୁଥିଲା । ୨୦୧୬ ମସିହାରୁ ସେ ଲୁଚିଲୁଚି ବୁଲୁଥିଲେ । ଗୁରୁବାର ସକାଳେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ କଟକ ସିଡିଏର ଏକ ଭଡ଼ା ଘରୁ ତାଙ୍କୁ ଗିରଫ କରିଛି । ପରିଚୟ ବଦଳାଇ ଅଜିତ ମହାପାତ୍ର ନାମରେ ସେ ଅଜ୍ଞାତ ବାସ କରୁଥିଲେ ।

BjdElectrycity

କିଛି ମାସ ଆଗରୁ ଓଡ଼ିଶା ଭିଜିଲାନ୍ସର ରଜତ ଓ ତାଙ୍କ ଚେନ୍ରେ ଥିବା ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ତିଆରି କରିଥିଲା । ୨୦୦୬ ମସିହାରୁ ୨୦୧୬ ଭିତରେ ରଜତ ଓ ଅନ୍ୟ ତିନି ଜଣ ତହସିଲଦାର ଏବଂ ଜଣେ ନାଜିର ଏହି ଆର୍ଥିକ ଅନିୟମିତତାରେ ସାମିଲ ଥିଲେ ବୋଲି ଭିଜିଲାନ୍ସ ପକ୍ଷରୁ ଜାରି ପ୍ରେସ ବିବୃିତ୍ତତ୍ତିରେ କୁହାଯାଇଛି ।

କଟକ ଭିଜିଲାନ୍ସ ଥାନା ଅର୍ନ୍ତଗତ କେସ ନଂ- 19 dt.18.07.2019 U/s 13(1)(c)(d) of P.C. Act-1988/409/477-A/120-B IPC, କଟକ ଭିଜିଲାନ୍ସ ଥାନା ଅର୍ନ୍ତଗତ କେସ ନଂ- 7 dt. 14.05.2020 U/s 13(2) r/w 13(1)(c)(d) of P.C. Act1988/409/477-A/120-B IPC ଏବଂ କଟକ ଭିଜିଲାନ୍ସ ଥାନା ଅର୍ନ୍ତଗତ କେସ ନଂ- 8 dt. 14.05.2020 U/s 13(2) r/w 13(1)(c)(d) of P.C. Act-1988/409/477-A/120-B IPC ରଜତ ଏବଂ  ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ତହସିଲଦାର ଗୌରହରି ବେହେରା, ତହସିଲଦାର ମମତା ବାରିକ ଏବଂ ନାଜିର ଶରତ ଚନ୍ଦ୍ର ବାରିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଆଗରୁ ଚାକିରିରୁ ବହିଷ୍କାର କରାଯାଇଛି ଏବଂ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.