Latest Odisha News

BREAKING NEWS

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ, ୨୧ରେ ଭୋଟ୍ ଗଣତି

ନୂଆଦିଲ୍ଲୀ: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ପ୍ରେସମିଟରେ ଜାତୀୟ ନିର୍ବାଚନ କମିଶନର ରାଜୀବ କୁମାର ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ସରୁଛି । ତା ପୂର୍ବରୁ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ସେହିଭଳି ଜୁଲାଇ ୨୧ ତାରିଖରେ ହେବ ଭୋଟ୍ ଗଣତି ।

ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪ ହଜାର ୮୦୯ ଜଣ ମତଦାନ କରିବେ । ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ଦଳ ହ୍ୱିପ୍ ଜାରି କରିପାରିବେ ନାହିଁ ବୋଲି କହିଛନ୍ତି ଜାତୀୟ ନିର୍ବାଚନ କମିଶନର । ଲୋକସଭା ଓ ରାଜ୍ୟସଭା ଉଭୟ ସଦନର ୭୦୦ ଜଣ ସଦସ୍ୟ ଭୋଟ୍ ଦେଇପାରିବେ । ଆଉ ଯେଉଁ ସଦସ୍ୟ ଜେଲରେ ଅଛନ୍ତି ସେମାନେ ପାରୋଲରେ ଆସି ବୋଟ୍ ଦେଇ ପାରିବେ ବୋଲି ସୂଚନା ଦେଇଛନ୍ତି ଜାତୀୟ ନିର୍ବାଚନ କମିଶନର ରାଜୀବ କୁମାର ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜ୍ୟସଭାର ସାଧାରଣ ସମ୍ପାଦକ ରିଟର୍ଣ୍ଣିଂ ଅଫିସର ରହିବେ । ଦିଲ୍ଲୀରେ ନାମାଙ୍କନ ଭରିବାକୁ ପଡ଼ିବ । ପ୍ରାର୍ଥିପତ୍ର ଦାଖଲ ବେଳେ ଅତି କମରେ ୫୦ ଜଣ ସମର୍ଥକ ଆବଶ୍ୟକ ।

୨୦୧୭ ମସିହା ଜୁଲାଇ ୧୭ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତାର ତିନିଦିନ ପରେ ଜୁଲାଇ ୨୦ରେ ବିଧିବଦ୍ଧ ଭାବେ ଫଳ ଘୋଷଣା କରାଯାଇଥିଲା । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାୟକ ଏବଂ ଲୋକସଭା ଓ ରାଜ୍ୟସଭା ସାଂସଦ ଭୋଟ୍ ଦେଇ ରାଷ୍ଟ୍ରପତି ନିର୍ବାଚନ କରିଥାନ୍ତି ।

 

Leave A Reply

Your email address will not be published.