Latest Odisha News

ଗିରଫ ହେଲେ ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ

ଭୁବନେଶ୍ୱର: ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ବରରେ ଦେଢ଼ କୋଟିର ୪ ମହଲା କୋଠା ଠାବ ହୋଇଛି।

ତାଙ୍କର ଅମାପ ସଂପତ୍ତି ଠାବ ହୋଇଛି। ରେଡ ବେଳେ ତାଙ୍କର ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। ଭୁବନେଶ୍ବର, ଢେଙ୍କାନାଳ ଓ ବଲାଙ୍ଗିରରୁ ୪ ଟି ପ୍ଲଟ ଠାବ ହୋଇଛି। ୧୦ ଲକ୍ଷ ଟଙ୍କାର ସୁନା, ୬ ଲକ୍ଷ ୨୪ ହଜାର ବ୍ୟାଙ୍କ ଡିପୋଜିଟ୍ ମିଳିଛି। ଗତକାଲି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା କାରଗାରର ଅଧୀକ୍ଷକ ସତ୍ୟପ୍ରକାଶ ସ୍ୱାଇଁଙ୍କ କେନ୍ଦୁଝର ସରକାରୀ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା।

ସତ୍ୟପ୍ରକାଶ ସ୍ବାଇଁ ୨୦୦୧ ମସିହା ଜୁନ ୫ରେ କୁଚିଣ୍ଡା ସବ ଜେଲରେ ସହକାରୀ ଜେଲରେ ଭାବେ ଯୋଗ ଦେଇଥିଲେ। ୨୦୦୮ ମସିହାରେ ତାଙ୍କୁ ଜେଲର ପଦକୁ ପଦୋନ୍ନତି ମିଳିଥିଲା। ୨୦୧୭ରେ ସେ କେନ୍ଦୁଝର ଜିଲ୍ଲା ଜେଲର ଅଧୀକ୍ଷକ ଭାବେ ଅବସ୍ଥାପିତ ହୋଇଥିଲେ। ସେ ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାରରେ କାର୍ଯ୍ୟରତ ଥିବା ବେଳେ ହାଇ ପ୍ରୋଫାଇଲ୍ ଚିଟଫଣ୍ଡ ମାମଲାରେ ବିଚାରାଧୀନ କଏଦୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା।

Comments are closed.