Latest Odisha News

BREAKING NEWS

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ତଥା ପୂର୍ବତନ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦାଖଲ ହେଲା ଚାର୍ଜସିଟ୍  । ୩ ହଜାର ପୃଷ୍ଠାର ଚାର୍ଜସିଟ୍ କ୍ରାଇମବ୍ରାଞ୍ଚ ସ୍ପେଶାଲ କୋର୍ଟରେ ଦାଖଲ କରିଛି ଭିଜିଲାନ୍ସ ।  ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ । 

ବିଧାୟକ ପାଣିଗ୍ରାହୀଙ୍କ ପାଖରେ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ରହିଛି । ଚାର୍ଜସିଟରେ ଏକଥା ଉଲ୍ଲେଖ୍ କରିଛି ଭିଜିଲାନ୍ସ । ଏଥିରେ ବିଧାୟକଙ୍କ ପତ୍ନୀଙ୍କ ନାଁ ମଧ୍ୟ ରହିଛି । ଲୋକାୟୁକ୍ତଙ୍କ ଅନୁମତି ପରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ ।

୨୦୨୧ ଅକ୍ଟୋବର ୪ ତାରିଖରେ ତାଙ୍କ ବିରୋଧରେ ଭିଜିଲାନ୍ସ ସେଲରେ ଏକ ମାମଲା ରୁଜୁ ହୋଇଥିଲା । ଭିଜିଲାନ୍ସ ଚଢାଉବେଳେ ତାଙ୍କ ଘରୁ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ତାଙ୍କ ଘରୁ ପ୍ରାୟ  ୯ କୋଟି ୧୮ ଲକ୍ଷ ୧୩ ହଜାର ୭ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା । ଜଣେ ଲେକା ପ୍ରତିନିଧି ଭାବେ ଏତେ ସମ୍ପତ୍ତି କେଉଁଠୁ ଆଣିଲେ ତାହାର ସନ୍ତୋଷଜନକ ଉତ୍ତର ଦେଇ ପାରି  ନ ଥିଲେ ବିଧାୟକ ପାଣିଗ୍ରାହୀ ।

ଏପରିକି ତାଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲା କ୍ରାଇମବ୍ରାଞ୍ଚ । କ୍ରାଇମ ବ୍ରାଞ୍ଚ ତାର ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ୨୦୨୨ ଜୁନ ୯ ତାରିଖରେ ଦାଖଲ କରିଥିଲା । ଏହି ରିପୋର୍ଟକୁ ଯାଞ୍ଚ କରବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବା ପାଇଁ ଲୋକାୟୁକ୍ତ ଗତ ୨୦ ତାରିଖ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପାଇବା ପରେ କ୍ରାଇମ ବ୍ରାଞ୍ଚ ଆଜି ୩ ହଜାର ପୃଷ୍ଟାର ଚାର୍ଜସିଟ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦାଖଲ କରିଛି ।

ସୂଚନାଥାଉ କି, ଅକ୍ଟୋବର ୨୦୨୧ରେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରି ତାଙ୍କ ଘରୁ ଆଖି ଝଲସିଲା ପରି ସମ୍ପତ୍ତି ଠାବ କରିଥିଲା ।  ଖୋଳତାଡ ବେଳେ ତାଙ୍କ ଘରୁ ୧୪୪୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଥିଲା । ଏଥିସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନ ହାର ବି ଜବତ ହୋଇଥିଲା । ଏହାବ୍ୟତୀତ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସମେତ  ଜମି, ଘର, ସୁନା ଗହଣା ଓ ଅନ୍ୟାନ୍ୟ ଦାମୀ ଜିନିଷ କିଣିବାର କାଗଜପତ୍ର ଜବତ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ତାଙ୍କର ଜଣେ ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଥିଲା ।

ଏଠି କହିରଖିବୁ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପର୍କକୁ ନେଇ ମିଡିଆରେ ଚର୍ଚ୍ଚା ହେଉଛି । ଆଉ କିଛି ଦିନ ପରେ ଆକାଶଙ୍କ ସହ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କର ବାହାଘର ହେବାର ଥିଲା । ଏହି ଘଟଣାର ପ୍ରମାଣ ମିଳିବା ପରେ  ୨୦୨୦ ନଭେମ୍ବର ୨୯ ତାରିଖରେ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା ।   ଜନ ବିରୋଧୀ କାର୍ଯ୍ୟକଳାପ ଯୋଗୁ ପ୍ରଦୀପ ପାଣିଗ୍ରାହୀଙ୍କୁ  ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା ନେଇ ନିର୍ଦ୍ଦେଶନାମ ଜାରି କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

 

Comments are closed.