Latest Odisha News

BREAKING NEWS

ଶ୍ରୀନିବାସ ବିଭିଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ଅଙ୍ଗକିତାଙ୍କୁ ବହିଷ୍କାର କଲା କଂଗ୍ରେସ

ନୂଆଦିଲ୍ଲୀ: ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ତାଙ୍କ ସହଯୋଗୀ ତଥା ଆସାମ ଯୁବ କଂଗ୍ରେସ ଅଧ୍ୟକ୍ଷା ଡା. ଅଙ୍ଗକିତା ଦତ୍ତଙ୍କୁ  ବହିଷ୍କାର କଲା କଂଗ୍ରେସ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି ବୋଲି ଦଳ ସୂଚନା ଦେଇଛି। ହେଲେ ଅଙ୍ଗକିତା କ’ଣ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ସେ ନେଇ କଂଗ୍ରେସ କୌଣସି ସୂଚନା ଦେଇ ନାହିଁ।

ଆସାମ ଯୁବ କଂଗ୍ରେସ ଅଧ୍ୟକ୍ଷା ଡା. ଅଙ୍ଗକିତା ଦତ୍ତ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବିଭିଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ। ଶ୍ରୀନିବାସ ଏକ ଅଧିବେଶନରେ ଅଙ୍ଗକିତାଙ୍କୁ କହିଥିଲେ ଯେ ଏ ଝିଅ ତୁମେ କଣ ମଦ ପିଇ ମେସେଜ୍ କରୁଛ। ତୁମେ ଭୋଡକା ପିଉଛ ନା ଟକିଲା ପିଉଛ। କେବଳ ସେତିକି ନୁହେଁ, ଶ୍ରୀନିବାସଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ବି ଆଣିଥିଲେ ଅଙ୍ଗକିତା।

ସୂଚନା ଅନୁସାରେ, ଏନେି ସେ ଆସାମ ଦିଶପୁର ଥାନାରେ ଶ୍ରୀନିବାସଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଙ୍ଗକିତା ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ଶ୍ରୀନିବାସ ଗତ ୬ ମାସ ହେଲା ତାଙ୍କୁ ଲିଙ୍ଗଗତ ଆଧାରରେ ଆଶାଳୀନ ତାତ୍ସଲ୍ୟ କରୁଥିଲେ। ବରିଷ୍ଠ ନେତାଙ୍କୁ ଅଭିଯୋଗ କରିବାକୁ କହିଲାରୁ ପରିଣାମ ଭୋଗିବାକୁ ଧମକ ଦେଉଥିଲେ।

ଅନ୍ୟପଟେ ଶ୍ରୀନିବାସ ମଧ୍ୟ ଅଙ୍ଗକିତାଙ୍କ ବିରୋଧରେ ଆଇନଗତ ନୋଟିସ୍ ଜାରି କରିଛନ୍ତି। ବିନା କାରଣରେ ତାଙ୍କୁ ଅପମାନିତ କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେପଟେ ପୁଲିସ କହିଛି ଯେ ମାମଲା ତଦନ୍ତ ଚାଲିଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.