ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡର ଅବକାରୀ ସବ-ଇନସ୍ପେକ୍ଟର । ତାଙ୍କ ନାଁ ଦେବେନ୍ଦ୍ର ପ୍ରହରାଜ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘର ଓ କାର୍ଯ୍ୟାଳୟ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ଅବକାରୀ ଅଫିସ, ସମ୍ବଲପୁରରେ କଲ୍ୟାଣୀ ନଗର ସ୍ଥିତ ବାସଭବନ, ଅବକାରୀ ଅଫିସ ଓ ଗୋବିନ୍ଦତୋଲାରେ ଥିବା ଶ୍ୱଶୁର ଘରେ ଏହି ରେଡ୍ ଚାଲିଛି । ଭିଜିଲାନ୍ସ ଟିମ୍ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି ।
Comments are closed.