Latest Odisha News

BREAKING NEWS

ବଜେଟ ପୂର୍ବରୁ ପ୍ରଥମ ଝଲକ ଦେଖାଇଲେ ନିର୍ମଳା ସୀତାରମଣ, ରାଷ୍ଟ୍ରପତିଙ୍କୁ ଭେଟିଲେ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପିତ ହେବ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବେ । ତାପୂର୍ବରୁ ପ୍ରଥମ ଝଲକ ଦେଖାଇଛନ୍ତି ଅର୍ଥମନ୍ତ୍ରୀ । ଏହାସହ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ତାଙ୍କ ସହ କେନ୍ଦ୍ର ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ଓ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିବ । ସକାଳ ୧୦ଟା ୧୫ ମିନିଟରେ ଏହି ବୈଠକ ବସିବ । ସେଠାରେ ସାଧାରଣ ବଜେଟ ଉପସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ଦିଆଯିବ । ଏହାପରେ ସକାଳ ୧୧ଟାରେ ସଂସଦରେ ୨୦୨୧-୨୨ ଆର୍ଥକ ବର୍ଷର ବଜେଟ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ ।

କରୋନା ମହାମାରୀ ଯୋଗୁ ପ୍ରଭାବିତ ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ବଜେଟ୍ ଅନେକ ଘୋଷଣା କରାଯାଇପାରେ । ଏଥିସହ ସାଧାରଣ ଲୋକଙ୍କ ରୋଜଗାର, ଟିକସ ରିହାତି, ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗରେ ସରକାରଙ୍କଠାରୁ ଆଶ୍ୱସ୍ତି ଆଶା କରାଯାଉଛି । ଏହାବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରାଯାଇପାରେ ।

Leave A Reply

Your email address will not be published.