ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନମ୍ବର-୯ର ଅଙ୍ଗନବାଡ଼ି କର୍ମୀ । ତାଙ୍କ ନାଁ ନମିତା ଦଳେଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ ଚାଲିଛି । ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ସାହି ପ୍ରଥମ ଲେନରେ ଥିବା ଦୁଇଟି ଘର, ଗଣେଶନଗର ସ୍ଥିତ ଘରେ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଟିମ୍ ।
ସେହିପରି ଭୁନେଶ୍ୱରରେ ଥିବା ୨ଟି ଆପାର୍ଟମେଣ୍ଟରେ ବି ଚଢ଼ାଉ ଚାଲିଛି । ବ୍ରହ୍ମପୁରରେ ରହୁଥିବା ନମିତାଙ୍କ ସମ୍ପର୍କୀୟ ଓ ଗଣେଶନଗର ସ୍ଥିତ ଅଫିସ ରୁମରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି ।
Comments are closed.