Latest Odisha News

BREAKING NEWS

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ ଏସଆଇଟି

ନୟାଗଡ଼: ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ ଏସଆଇଟି । ନାବାଳିକାକୁ ଯୌନ ନିର୍ୟାତନା ଓ ହତ୍ୟା ଘଟଣାରେ ଅଧିକ ପଚରାଉଚରା କରାଯିବ । ଅଭିଯୁକ୍ତର କେହି ସହଯୋଗୀ ଅଛନ୍ତି ନା ସେ ଏକା ଏଭଳି ଜଘନ୍ୟକାଣ୍ଡ ଘଟାଇଛି ସେଦିଗରେ ଅଧିକ ତଥ୍ୟ ହାତେଇବ ଏସଆଇଟି । ଆବଶ୍ୟକ ହେଲେ ଯଦୁପୁର ଗାଁରେ କ୍ରାଇମ ସିନ୍ ରିକ୍ରିଏଟ କରାଯାଇପାରେ ।

ଗତକାଲି ଏସଆଇଟି ମୁଖ୍ୟ ଅରପଣ ବୋଥ୍ରା କହିଥିଲେ, ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ତଥ୍ୟ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥଛି । ତାଙ୍କୁ ୧୦ରୁ ଅଧିକ ଥର ଜେରା ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଚାର୍ଜସିଟ ଯଥାଶୀଘ୍ର ଦାଖଲ କରାଯିବ ବୋଲି ଅରୁଣ ବୋଥ୍ରା କହିଥିଲେ ।

ଗତକାଲି ଅଭିଯୁକ୍ତକୁ ନୟାଗଡ଼ ପକସୋ କୋର୍ଟରେ ହାଜର କରାଇଥିଲା କ୍ରାଇମବ୍ରାଞ୍ଚ । ପରେ ତାକୁ ଜେଲା ପଠାଇ ଦିଆଯାଇଥିଲା । ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତକୁ ଚାରି ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏସଆଇଟି । ତିନି ଦିନ ଅନୁମତି ମିଳିଛି ।

Leave A Reply

Your email address will not be published.