ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲା ରାୟଗଡ଼଼ ବ୍ଲକର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଉପରେ ରାଜ୍ୟ ଭିଜିଲାନ୍ସର ଚଢ଼ଉ ଶନିବାର ସକାଳେ ହୋଇଛି। ଭିଜିଲାନ୍ସ ତରଫରୁ ସାହୁଙ୍କ ବ୍ରହ୍ମପୁର ସହର ଗୋପବନ୍ଧୁନଗରସ୍ଥିତ ବାସଭବନ, ବ୍ରହ୍ମପୁର ଜ୍ୟୋତିନଗରସ୍ଥିତ ଦୁଇ ମହଲା କୋଠା, ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଛେଳିଗଡ଼଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ, ଛେଳିଗଡ଼଼ସ୍ଥିତ ସରକାରୀ କ୍ୱାଟରରେ ଏକ କାଳୀନ ଚଢ଼ଉ କରାଯାଇଛି। ଚଢ଼ଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୫ଜଣ ଇନସପେକ୍ଟର, ଦୁଇ ସବଇନ୍ସକ୍କ୍ର ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ତାଙ୍କ ପାଖରୁ ବ୍ରହ୍ମପୁର ଗୋପବନ୍ଧୁନଗରରେ ଗୋଟିଏ ଥ୍ରି-ବିଏଚ୍କେ ପ୍ଲାଟ୍, ଦୁଇ ମହଲା କୋଠା, ବ୍ରହ୍ମପୁର ସହର ଏବଂ ଆଖାପାଖରେ ୧୧ଟି ପ୍ଲଟ୍, ୨ଲକ୍ଷ ୭୨ ହଜାର ନଗଦ ଟଙ୍କା, ୩୪୫ ଗ୍ରାମ୍ ସୁନା ଅଳଙ୍କାର, ବେନାମୀରେ କିଣିଥିବା ଗୋଟିଏ ଚାରି ଚକିଆ ଗାଡ଼ି ଏବଂ ଦୁଇଟି ଦୁଇ ଚକିଆ ଗାଡ଼ି ମିଳିଛି। ବର୍ତ୍ତମାନ ମିଳିଥିବା ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଉଥିବା ସୂଚନା ମିଳିଛି।
ଏଠାରେ ସୂଚନା ଯୋଗ୍ୟ ଯେ, ସହକାରୀ ଯନ୍ତ୍ରୀ ସାହୁଙ୍କ ନାମରେ ପୂର୍ବରୁ ଦୁର୍ନୀତି ନେଇ ମାଳମାଳ ଅଭିଯୋଗ ହୋଇଥିଲା। ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ ହୋଇଛି। ୨୦୧୮ ମସିହାର “ତିତଲି’’ ବାତ୍ୟା ପରେ ଆସିଥିବା ସହାୟତା ପାଣ୍ଠି ସହିତ ଅନେକ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ରହିଥିଲା। ବିଭିନ୍ନ ରାଜନୈତିକ ଦଳ ଏବଂ ହିତାଧିକାରୀଙ୍କ ତରଫରୁ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଇଛି। ପୂର୍ବରୁ ବ୍ଲକର ଜଣେ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏହା ପରେ ସାହୁଙ୍କ ଉପରେ ନଜର ରହିଥିଲା। ରାୟଗଡ଼଼ ବ୍ଲକରେ ସହକାରୀ ଯନ୍ତ୍ରୀ ସହିତ ଛେଳିଗଡ଼଼ ପ୍ରକଳ୍ପରେ ମଧ୍ୟ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ।
BREAKING NEWS
- ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓପିଡି
- BJD Foundation Day :ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମୀଙ୍କୁ ବିଜେଡ଼ି ସୁପ୍ରିମୋ ନବୀନଙ୍କ ବର୍ତ୍ତା…
- Another Indian student shot dead: ପୁଣି ଜଣେ ଭାରତୀୟଙ୍କୁ କାନାଡ଼ାରେ ଗୁଳି କରି ହତ୍ୟା
- Odisha Vigilance: ଭିଜିଲାନ୍ସ ହାତରେ କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀ
- Atal Canteen: ଆରମ୍ଭ ହେଲା ‘ଅଟଳ କ୍ୟାଣ୍ଟିନ୍’ ମାତ୍ର ୫ ଟଙ୍କାରେ ରୁଟି,ଭାତ,ଡ଼ାଲି, ତରକାରୀ ସବୁକିଛି…
- ଖୋର୍ଦ୍ଧା ହେବ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା
- ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାର
- Ex-MLA Sanchita Mohanty Passes Away: ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ
- ISIS ଆତଙ୍କବାଦୀ ଆଡ୍ଡା ଉପରେ ଆମେରିକାର ଏୟାରଷ୍ଟ୍ରାଇକ: ସାମ୍ନାକୁ ଆସିଲା ଭିଡିଓ, ଜାଣନ୍ତୁ କଣ କହିଲେ ଟ୍ରମ୍ପ
- Indian Railways: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ
Comments are closed.