Latest Odisha News

BREAKING NEWS

ବିଜୟ ପାଇଁ ଟିମ ଇଣ୍ଡିଆକୁ ଦରକାର ୪ଟି ୱିକେଟ

ଚଟ୍ଟୋଗ୍ରାମ: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ପାଇଁ ଅନ୍ତିମ ଦିବସରେ ଭାରତକୁ ଆଉ ୪ଟି ୱିକେଟର ଆବଶ୍ୟକତା ରହିଛି । ଅପରପକ୍ଷରେ ବାଂଲାଦେଶ ବିଜୟଠାରୁ ୨୪୧ ରନ ପଛରେ ରହିଛି । ୫୧୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୬ ୱିକେଟ ହରାଇ ୨୭୨ ରନ କରିଛି । ଓପନିଂ ଯୋଡି ୧୨୪ ରନ ଯୋଗ କରିବା ପରେ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଜାକିର ହାସନ ୧୦୦ ଓ ନଜମୁଲ ହୋସେନ ସାଂଟୋ ୬୭ ରନ କରିଥିଲେ । ଷ୍ଟମ୍ପସ ଅପସାରଣ ବେଳକୁ ଶକିବ ଉଲ ହାସନ ୪୦ ଓ ମେହେଦି ହାସନ ମିରାଜ ୯ ରନ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ଅକ୍ଷର ପଟେଲ ସର୍ବାଧିକ ୩ଟି ୱିକେଟ ନେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉମେଶ ଯାଦବ, ରବିଚନ୍ଦ୍ରନ ଅଶ୍ୱୀନ ଓ କୁଲଦୀପ ଯାଦବ ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଭାରତ ପ୍ରଥମ ଇନିଂସରେ ୪୦୪ ରନ କରିଥିବା ବେଳେ ବାଂଲାଦେଶ ୧୫୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ୨ ୱିକେଟ ବିନିମୟରେ ୨୫୮ ରନ କରି ପାଳି ଘୋଷଣା କରିଥିଲା ।

Leave A Reply

Your email address will not be published.