Latest Odisha News

BREAKING NEWS

ମହିଳା ଫୁଟବଲ ଲିଗ: ସ୍ପୋର୍ଟ୍ସ ଓଡିଶାକୁ ହରାଇଲା ଓଡିଶା ଏଫସିଡବ୍ଲ୍ୟୁ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଓଡିଶା ମହିଳା ଲିଗ ଫୁଟବଲରେ ଶନିବାର ଓଡିଶା ଏଫସିଡବ୍ଲ୍ୟୁ ବିଜୟ ହାସଲ କରିଛି । ସ୍ପୋର୍ଟ୍ସ ଓଡିଶାକୁ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଓଡିଶା ଏଫସିଡବ୍ଲ୍ୟୁ ୬-୧ ଗୋଲରେ ହରାଇଥିଲା । ବିଜୟୀ ଦଳ ପକ୍ଷରୁ ମ୍ୟାଚର ପ୍ରଥମ ଏବଂ ୪୪ତମ ମିନିଟରେ ଯଶୋଦା ଓ ୧୮ତମ ମିନିଟରେ ଦୀପା ଗୋଲ ସ୍କୋର କରି ଦଳକୁ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୩-୦ରେ ଅଗ୍ରଣୀ କରାଇଥିଲେ । ୪୯ତମ ମିନିଟରେ ମନୀଷା ସ୍ପୋର୍ଟ୍ସ ଓଡିଶା ପାଇଁ ଏକମାତ୍ର ଗୋଲଟି ଦେଇଥିଲେ ।

୬୩ ଓ ୮୩ତମ ମିନିଟରେ ଦୀପା ୨ଟି ଗୋଲ ଏବଂ ୮୮ତମ ମିନିଟରେ କାର୍ତିକା ଓଡିଶା ଏଫସିଡବ୍ଲ୍ୟୁ ପକ୍ଷରୁ ଗୋଲ କରି ମ୍ୟାଚକୁ ଜିତି ନେଇଥିଲେ । ଡିସେମ୍ବର ୧୯ରେ ଓଡିଶା ଏଫସିଡବ୍ଲ୍ୟୁ ତାର ପରବର୍ତୀ ମୁକାବିଲାରେ ରାଇଜିଂ ଷ୍ଟୁଡେଂଟ କ୍ଲବକୁ ଭେଟିବ ।

Leave A Reply

Your email address will not be published.