Latest Odisha News

ଇଡକଲ ଡେପୁଟି ମ୍ୟାନେଜରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪ କୋଟି ଠାବ

ଭୁବନେଶ୍ୱର: ଭିଜିଲାନ୍ସ ବିଭାଗ ମଙ୍ଗଳବାର ଇଡକଲର ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା ରାଶି ଥିବା ଜାଣିବାକୁ ପାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୟା ସାନ୍ତରା ଏବେ ଭିଜିଲାନ୍ସ ସ୍କାନରରେ। ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ସାତୋଟି ସ୍ଥାନରେ ଗୟା ସାନ୍ତରାଙ୍କ ସହ ଜଡିତ ସମ୍ପତ୍ତି ଉପରେ ଚଢାଉ କରିଛି।

ଏ ପର୍ଯ୍ୟନ୍ତ ଭିଜିଲାନ୍ସ ଟିମ୍ ୧୬ଟି ବ୍ୟାଙ୍କ ଆକାଉଣ୍ଟ, ୪ କୋଟିରୁ ଅଧିକ ବ୍ୟାଙ୍କ ଜମା, ଦୁଇଟି ଚାରି ଚକିଆ କାର (ଗ୍ରାଣ୍ଡ ଆଇ-୧୦ ଓ ହୁଣ୍ଡାଇ କ୍ରେଟା) ଏବଂ ଭୁବନେଶ୍ୱର, ଯାଜପୁର ଓ ନୟାଗଡ଼ର ପ୍ରାଇମ ଏରିଆରେ ୧୩ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ ଟିମ୍।

ଭିଜିଲାନ୍ସ ସୂଚନା ଅନୁଯାୟୀ, ବିଭିନ୍ନ ବ୍ୟାଙ୍କରେ ସାନ୍ତରା ଓ ତାଙ୍କ ପରିବାର ନାଁରେ ପ୍ରାୟ ୧୬ଟି ବ୍ୟାଙ୍କ ଆକାଉଣ୍ଟ ରହିଛି। ସେ କହିଛନ୍ତି, ୧୬ଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪ଟି ଆକାଉଣ୍ଟର ଯାଞ୍ଚ କରାଯାଇଛି, ଯେଉଁଥିରେ ୪ କୋଟି ଟଙ୍କା ଜମା ହୋଇଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଏତେ ପରିମାଣର ଅର୍ଥ କେଉଁଠୁ ଆସିଲା ସେନେଇ ଯାଞ୍ଚ ଚାଲିଛି। ଅନ୍ୟ ବ୍ୟାଙ୍କ ଆକାଉଣ୍ଟରେ ଜମା ରାଶି ଯାଞ୍ଚ ଚାଲିଛି ବୋଲି ଭିଜିଲାନ୍ସ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ବ୍ୟାଙ୍କ ଜମା ବ୍ୟତୀତ ଭୁବନେଶ୍ୱର, ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ଗୟା ସାନ୍ତରା ଓ ପରିବାର ସଦସ୍ୟଙ୍କ ନାମରେ ଥିବା ୧୩ଟି ପ୍ଲଟ୍ ଠାବ କରିଛନ୍ତି ଭିଜିଲାନ୍ସ ଅଧିକାରୀମାନେ।

 

Leave A Reply

Your email address will not be published.