Latest Odisha News

BREAKING NEWS

ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଢେଙ୍କାନାଳ: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍। ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ହୋଇଛି।

ଅଫିସ, ସରକାରୀ କ୍ବାର୍ଟସ୍ ସମେତ ୧୦ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘର ଚଢ଼ାଉ କରିଛି। ଏହି ଚଢାଉକେ ୭ ଜଣ ଡିଏସପି ଓ ୩ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହଯୋଗୀ ଅଫିସର ସାମିଲ ହୋଇଛନ୍ତି।

ତେବେ ଭୁବନେଶ୍ୱରର ଝାରପଡାସ୍ଥିତ ୨ଟି ଘର, ଭଦ୍ରକରେ ୩ଟି ଘର ଏବଂ ଗୋଟିଏ ଅଫିସ, ଢେଙ୍କାନାଳରେ ଥିବା ୨ ଟି ଘର ସହ ମୟୂରଭଞ୍ଜର ଗୋଟିଏ ଘର ଉପରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ।

 

Comments are closed.