Latest Odisha News

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର: ୮ଟି ସ୍ଥାନରେ ଚଢ଼ାଉ, ଟଏଲେଟ୍ ଫ୍ଲସ ଟାଙ୍କିରୁ ୨ ବିଡ଼ା ଟଙ୍କା ଜବତ

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ତାଙ୍କର ଢେ଼ଙ୍କାନାଳ ବାସ ଭବନରେ ଭିଜିଲାନ୍ସ ରେଡ କରୁଛି। କଟକର ସ୍ବତନ୍ତ୍ର ଟିମ୍ ଏକ ସାଙ୍ଗରେ ଆଠଟି ଜାଗାରେ ରେଡ୍ କରାଯାଉଛି। ଢେଙ୍କାନାଳର କାଲଟାକ୍ସ ଘରେ ଓ ତାଙ୍କ ଭାଇଙ୍କ ଘରେ ଚାଲିଛି ରେଡ। ରେଡ ବେଳେ ସଦର ରେଞ୍ଜରଙ୍କ ଟଏଲେଟ୍ ଫ୍ଲସ ଟାଙ୍କିରୁ ମିଳିଲା ଟଙ୍କା। ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଟଏଲେଟ୍ ଫ୍ଲସ ଟାଙ୍କିରୁ ୨ ବିଡ଼ା ଟଙ୍କା ଜବତ ହୋଇଛି। ଭିଜିଲାନ୍ସକୁ ଦେଖି ବିଭିନ୍ନ ସ୍ଥାନରେ ଟଙ୍କା ଲୁଚାଇବାକୁ ଉଦ୍ୟମ କରିଥିଲେ।

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହରର ଷ୍ଟେସନ ବଜାରରେ ଥିବା ଘର, ସଦର ରେଞ୍ଜ ଅଫିସ ଓ ସରକାରୀ କ୍ଵାର୍ଟର୍ସ ସମେତ କଟକ ଓ ଭୁବନେଶ୍ୱରରେ ମଧ୍ୟ ଏକକାଳୀନ ଚଢ଼ାଉ କରାଯାଇଛି।

ବିଭୁଦାନନ୍ଦଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି। ଏହି ଚଢ଼ାଉରେ ୭ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଓ ୬ ଜଣ ଏସଏଆଇ ସହ ଅନ୍ୟାନ୍ୟ ଷ୍ଟାପ୍ ସାମିଲ ହୋଇଛନ୍ତି। ଏହାଛଡ଼ା ଢେଙ୍କାନାଳ ରତ୍ନବଜାରରେ ଥିବା ୩ ମହଲା ଓ ୨ ମହଲା କୋଠାରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଜିଜିପି କଲୋନିରେ ଥିବା ଫ୍ଲାଟ, ଆଠଗଡ଼ ବୀରକିଶୋରପୁରରେ ଥିବା ପୈତୃକ ଘର, ଢେଙ୍କାନାଳରେ ଥିବା ସଂପର୍କୀୟଙ୍କ ଘର, ଢେଙ୍କାନାଳ ଅଫିସ ଚ୍ୟାମ୍ବର, ଢେଙ୍କାନାଳର ସରକାରୀ କ୍ବାର୍ଟରରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ ।

 

Comments are closed.