Latest Odisha News

BREAKING NEWS

କୋଟିପତି ଲାବ୍ ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ

୧-ଭୁବନେଶ୍ୱର-ଗଂଜାମ ଜିଲ୍ଲା ଚିକିଟି କଲେଜରେ ଚାକିରି କରୁଥିବା ଲାବ୍ ଆସିଷ୍ଟାଣ୍ଟ କୈଳାସ ଚନ୍ଦ୍ର ମହାନ୍ତିଙ୍କ ନିକଟରୁ ୧ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ମିଳିଥିବା ଭିଜିଲାନ୍‌ସ ନିର୍ଦ୍ଦେଶକଙ୍କ ଅଫିସ ତରଫରୁ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
୧ ବ୍ରହ୍ମପୁର ଓ ଭୁବନେଶ୍ୱରରେ ୩ଟି ଫ୍ଲାଟ ୬୪, ୨୩, ୪୮୫ ଟଙ୍କା
୨ ଗଂଜାମ ଚିକିଟିଗଡରେ ଏକ ମହଲା ଘର ୨୬, ୨୫,୦୦୦ ଟଙ୍କା
୩ ହଳଦୀପଦର, ରାଧାନାଥପୁର, ବ୍ରହ୍ମପୁରରେ ୩ଟି ପ୍ଲଟ ୧୩, ୦୭,୫୭୫ ଟଙ୍କା
୪ ୧ଟି ଚାରି ଚକିଆ ଗାଡି(ହୁଣ୍ଡାଇସ୧୦) ୪,୦୦,୦୦୦
୫ ୧ ଟିପର ଟ୍ରକ ୧୩,୫୦,୦୦୦ ଟଙ୍କା
୬ ୧ ଟ୍ରାକଟର ୫୫୫୦୦୦
୭ ୧ ହୋଣ୍ଡା ୟୁନିକର୍ଣ୍ଣ, ୧ ଆକଟିଭା ୧,୩୦,୦୦୦
୮ ଇ୍ୟାଙ୍କ ଡିପୋଜିଟ ୮,୦୭,୨୨୫
୯ ସୁନା ଓ ରୁପା ଅଳଙ୍କାର ୨,୧.୨୨୯
୧୦ ନଗଦ ୨୦,୫୭୦
୧୧ ଘରର ଆସବାବପତ୍ର ୬,୬.୭୨୩
୧୨ ମୋଟ ୧,୪୫.୦୦,୮୩୭

ବ୍ରହ୍ମପୁରରେ ଥିବା ୨ଟି ଫ୍ଲାଟ, ଭୁବନେଶ୍ୱର ବିଜେବି ନଗରରେ ଏକ ଫ୍ଲାଟ, ପୈତୃକ ଗାଁ ଚିକିଟିଗଡ ବାସଭବନ, ଚିକିଟିଗଡରେ ଥିବା ସଂପର୍କୀୟଙ୍କ ଘରେ, ଚିକିଟି କଲେଜରେ ଥିବା ତାଙ୍କ ଅଫିସରେ ଭିଜିଲାନ୍‌୍‌ସ ଆଜି ରେଡ୍ କରିଥିଲା ।

୨-ସେହିପରି ବଲାଙ୍ଗିର ଜିଲ୍ଲା କେନ୍ଦ୍ରୀୟ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କରେ ଚାକିରି କରୁଥିବା ଆସିଷ୍ଟାଣ୍ଟ ମ୍ୟାନେଜର ସୁଧୀର କୁମାର ନନ୍ଦଙ୍କ ବିରୋଧରେ ମଧ୍ୟ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନସ ।
ସୁଧୀର କୁମାର ନନ୍ଦଙ୍କର ମଧ୍ୟ ଏକ କୋଟିରୁ ଅଧିକ ସଂପତ୍ତି ଥିବା ଆକଳନ କରିଛି ଭିଜିଲାନସ ।
୧ ବଲାଙ୍ଗିରରେ ୨ ମହଲା କୋଠା ୮୭,୭୯,୭୨୬ ଟଙ୍କା
୨ ଖୁଜେନପାଲି, ସାନ୍ତାମୁଣ୍ଡା, ବିଜାଖମନ ଓ ବଲାଙ୍ଗିରରେ ୫ଟି ପ୍ଲଟ ୪,୮୫,୪୩୦ ଟଙ୍କା
୩ ଗୋଟିଏ ମୋଟର ସାଇକଲ ୫୭,୦୦୦ ଟଙ୍କା
୪ ବିଭିନ୍ନ ବ୍ୟାଙ୍କରେ ଡିପୋଜିଟ ୫,୧୬, ୯୬୨ ଟଙ୍କା
୫ ବୀମା ପଲିସି ବିନିଯୋଗ ୧୬, ୮୮, ୯୬୧ ଟଙ୍କା
୬ ସୁନା ଅଳଙ୍କାର ୪, ୮୪, ୮୦୪ ଟଙ୍କା
୭ ନଗଦ ୭୩, ୨୭୦ ଟଙ୍କା
୮ ଘରର ଆସବାବ ୫, ୫୩, ୬୭୧ ଟଙ୍କା
୯ ସମୁଦାୟ ୧,୨୬, ୩୯, ୮୨୪ ଟଙ୍କା

୩-ଅନୁଗୁଳ ଆରଡବ୍ଲୁଏସ୍‌ଏସ୍ ଗ୍ରାମୀଣ ପାନୀୟ ଜଳ ଯୋଗାଣର ଜୁନିୟର କ୍ଲର୍କ

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ସବଡିଭିଜନ ଆରଡବ୍ଲୁଏସ୍‌ଏସ୍ ଜୁନିୟର ଇଂଜିନିୟରଙ୍କ ଅଫିସଙ୍କ ଜୁନିୟର କ୍ଲର୍କ ରୋହିତାଶ୍ୱ ବାଗଙ୍କ ଘରେ, ଅଫିସରେ ମଧ୍ୟ ଚଢାଉ ହୋଇଥିଲା । ରୋହିତାଶ୍ୱ ଓ ତାଙ୍କ ସଂପର୍କୀୟଙ୍କ ପ୍ରାୟ ୧ କୋଟି ୧୪ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ଠାବ ହୋଇଛି
୧ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ୩ ମହଲା କୋଠା ୫୯, ୨୭, ୫୩୫ ଟଙ୍କା
୨ ଅନୁଗୁଳ ଓ ଖୋର୍ଧାରେ ୮ଟି ପ୍ଲଟ ୩୭,୦୦,୯୦୧ ଟଙ୍କା
୩ ଅନୁଗୁଳ ଆଠମଲ୍ଲିକ ଟାଙ୍ଗୀଆଣିସରେ କୁକୁଡା ଫାର୍ମ ୫, ୭୨,୦୦୦ ଟଙ୍କା
୪ ବୌଦ୍ଧରେ ଏକ ପାଣି ବିଶୋଧନ ପ୍ଲାଣ୍ଟ ୪,୯୩,୦୦୦ ଟଙ୍କା
୫ ୨ଟି ଦୁଇ ଚକିଆ ଗାଡି ୮୫,୦୦୦ ଟଙ୍କା
୬ ବ୍ୟାଙ୍କ ଓ ପୋଷ୍ଟ ଅଫିସ ଡିପୋଜିଟ ୧,୪୩,୩୪୨ ଟଙ୍କା
୭ ସୁନା ଅଳଙ୍କାର ୩,୭୨,୦୦୦
୮ ନଗଦ ୭୪୪୦ ଟଙ୍କା
୯ ଘରର ଆସବାବପତ୍ର ୧,୪୮,୬୫୦
ମୋଟ ୧,୧୪,୪୯,୮୬୮

 

Leave A Reply

Your email address will not be published.