Latest Odisha News

ଫକ୍ସ ଷ୍ଟାର ଷ୍ଟୁଡିଓ ଭାରତରେ ଫିଲ୍ମ ବିଜନେସରୁ ଓହରିଯିବ !

ମୁମ୍ବାଇ: ଫକ୍ସ ଷ୍ଟାର ଷ୍ଟୁଡିଓ ଭାରତରେ ଫିଲ୍ମ ବିଜନେସ ନେଇ ଆଗ୍ରହ ପ୍ରକାଶ କରିଥିଲା । ତେବେ ମଙ୍ଗଳବାର ମିଳିଥିବା ରିପୋର୍ଟ ମୁତାବକ ଫକ୍ସ ଷ୍ଟାର ଭାରତରେ ଫିଲ୍ମ ବିଜନେସ ନ କରିବା ପାଇଁ ନିଷ୍ପତି ନେଇଛି । ୨୦୧୮ରେ ଅକ୍ଷୟ କୁମାରଙ୍କ ସହ ୩ଫିଲ୍ମ କମ୍ପାନୀ ଚୁକ୍ତି କରିଥିଲା । ଅକ୍ଷୟଙ୍କ ପ୍ରଥମ ଫିଲ୍ମ ୨୦୧୯ରେ ମିଶନ ମଙ୍ଗଳ ରିଲିଜ ହୋଇଥିଲା । ଦ୍ୱିତୀୟ ଫିଲ୍ମ ଲକ୍ଷ୍ମୀ କରୋନା ମହାମାରୀ ଯୋଗୁ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ।

ଏବେ କିନ୍ତୁ ଫକ୍ସ ଷ୍ଟୁଡିଓ ଅକ୍ଷୟଙ୍କ ତୃତୀୟ ଫିଲ୍ମ କରିବ ନାହିଁ ବୋଲି ନିଷ୍ପତି ନେଇଛି । ଏହି ଖବର ନେଇ ଅକ୍ଷୟ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ଜଲି ଏଲଏଲବି୨ ସଫଳତା ପରେ ଉପରୋକ୍ତ ଚୁକ୍ତି ହୋଇଥିଲା । ଫକ୍ସ ଷ୍ଟୁଡିଓକୁ ଡିଜନୀ ବିଧିବଦ୍ଧ କ୍ରୟ କରି ନେବା ପରେ ଏହି ଅସୁବିଧା ଦେଖା ଦେଇଛି ।

Leave A Reply

Your email address will not be published.