ଭୁବନେଶ୍ବର: ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ରେଡ୍। ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ ମାରିଛି ଭିଜିଲାନ୍ସ ଟିମ୍।

ଖବର ଅନୁସାରେ, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ବଡ଼ଗଡ଼ର ଗୋପାଳୁଣୀ ନଗରରେ ୩ ମହଲା କୋଠା, ବଡ଼ଗଡ଼ ବ୍ରିଟ୍ କଲୋନୀରେ ୩ ମହଲା ଓ ଖୋର୍ଦ୍ଧାର ସାନପଲ୍ଲାରେ ୨ ମହଲା କୋଠା ଠାବ ହୋଇଛି ।
ଏହି ଚଢା଼ଉରେ ୪ DSP, ୭ ଇନ୍ସପେକ୍ଟର, ଜଣେ SI ଓ ୮ ASI ଚଢାଉରେ ସାମିଲ୍ ରହିଛନ୍ତି ।