Latest Odisha News

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ସରକାରୀ କାର୍ଯ୍ୟାଳୟ ସହ ଭୁବନେଶ୍ବର ଓ ବାଲେଶ୍ବର ବାସ ଭବନ ସହ ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି ।

ସୂଚନା ମୁତାବକ, ଚଢ଼ାଉ ବେଳେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି ଙ୍କ ଭଡ଼ାଘରୁ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ସହ ଏକାଧିକ ବ୍ୟାଙ୍କ୍ ଏକାଉଣ୍ଟର ପାସ୍ ବୁକ ଓ ୩୦ ଟି ଏଟିଏମ୍ ଜବତ କରିଛି ଭିଜିଲାନ୍ସ । ଏଥିସହ ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ମିଳିଥିବା ସୂଚନା ମିଳିଛି । ଭିଜିଲାନ୍ସର ୮ ଟି ଟିମ୍ ଏହି ଚଢାଉ ଜାରି ରଖିଛି ।

Comments are closed.