Latest Odisha News

ଫେବୃଆରୀ ୧୬ରୁ ଖଣ୍ଡଗିରି କୁମ୍ଭମେଳା, ବିଏମସିର ପ୍ରସ୍ତୁତି ବୈଠକ ଶେଷ

ଭୁବନେଶ୍ବର: ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଏନେଇ ବିଏମସିର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ଏହି ମେଳା ୧୬ ରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବାନେଇ ବୈଠକରେ ନିଷ୍ପତ୍ତି । ଶୃଙ୍ଖଳିତ ଓ ସଠିକ ଭାବେ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ପୂର୍ବ ବର୍ଷ ଅପେକ୍ଷା ଏଥର ମେଳାକୁ ଆହୁରି ସରସ ସୁନ୍ଦର କରିବାକୁ ଯୋଜନା କରାଯାଉଥିବା କହିଛି ବିଏମସି ।

କୁମ୍ଭମେଳା କୁ ଆସୁଥିବା ସାଧୁ ସନ୍ଥମାନଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ସ୍ନାନଗାର, ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସୂଚନା କେନ୍ଦ୍ର, ଆମ୍ବୁଲାନ୍ସ ସେବା, ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ଵ ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଏହାସହ ମେଳାକୁ ଆସୁଥିବା ଲୋକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ଓ ମୀନା ବଜାରର ଆୟୋଜନ ହେବ । କିଭଳି ନୂଆ ବ୍ୟବସାୟୀମାନେ ଅଧିକରୁ ଅଧିକ ଆସି ଏହି ମେଳାରେ ସାମିଲ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର ସୁଲଚନା ଦାସ ।

ଖଣ୍ଡଗିରି ମେଳା ପୂର୍ବରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯିବା ନେଇ କହିଛନ୍ତି ମେୟର । ମେଳାରେ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ବର୍ଜନ ପାଇଁ ପଦକ୍ଷେପ ନିଆଯିବ । ମେଳାରେ ବହୁ ଖାଦ୍ୟ ଷ୍ଟଲ୍ ରହିବ ତେଣୁ ଏହାକୁ ଦେଖିବାକୁ ଫୁଡ୍ ଇନ୍ସପେକ୍ଟର ରହିବେ । ଫେବୃଆରୀ ୧୬ ତାରିଖରୁ ୨୪ ତାରିଖ ଯାଏଁ ଖଣ୍ଡଗିରି କୁମ୍ଭମେଳା ହେବାକୁ ଥିବାବେଳେ ୧୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରିରେ ଯାତ୍ରା ହେବ ।

Leave A Reply

Your email address will not be published.