Latest Odisha News

ମାଲକାନଗିରିର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ନଗଦ ୧କୋଟି ୩୬ ଲକ୍ଷ ଟଙ୍କା ,୧ କିଲୋ ୨୦୦ ଗ୍ରାମ୍ ସୁନା ଜବତ

ମାଲକାନଗିରି : ଓଡିଶା ଭିଜିଲାନ୍ସ ଇତିହାସରେ ରେକର୍ଡ । ମାଲକାନଗିରି ଗ୍ରାମ୍ୟ ପୂର୍ତ୍ତି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରି ଅମାପ ସମ୍ପତି ଜବତ କରିଛି ।ଆଶିଷ ଦାସଙ୍କ ଘରୁ ନଗଦ ଏକ କୋଟି ୩୬ ଲକ୍ଷ ୩୫ ହଜାର ଟଙ୍କା ଓ୧ କିଲୋ ୨ଶହ ଗ୍ରାମ ସୁନା ମିଳିଲାଣି ।

ପ୍ରଥମ ଥର ପାଇଁ ଭିଜିଲାନ୍ସ ଇତିହାସରେ ଏତେ ପରିମାଣର ସୁନା ଜବତ ହୋଇଛି । ଆଶିଷ ଦାସଙ୍କ ବାସ ଭବନ , ଅଫିସ ସହ କଟକ ତ୍ରୀଶୁଳିଆ ବେଲଗଛିଆ ଠାରେ ଚଢାଉ ଜାରି ରହିଛି । ଆଜି ଚତୁର୍ଥ ଦିନରେ ବି ଭିଜିନାନ୍ସ ଖୋଳତାଡ ଜାରି ରଖିଛି ।

ଆକ୍ସିସ ବ୍ୟାଙ୍କରେ ୧୮ ଟି ଫିକ୍ସି କରିଛନ୍ତି ଆଶିଷ କୁମାର ଦାସ ଯେଉଁଥିରେ ୭୮ ଲକ୍ଷ ଟଙ୍କା ଜମା ରହିଛି । ଆଶିଷ ଦାସଙ୍କ ନାଁରେ ୧୮ ଲକ୍ଷ ଟଙ୍କା ଥିବା ବେଳେ ତାଙ୍କ ପତ୍ନୀଙ୍କ ନାରେ ୨୦ ଲକ୍ଷ ଟଙ୍କା, ପୁଅ ନାଁରେ ୧୫ ଲକ୍ଷ, ଓ ଅନ୍ୟ ସମ୍ପର୍କୀୟଙ୍କ ନାରେ ୨୫ ଲକ୍ଷ ଟଙ୍କା ଜମା କରାଯାଇଛି । ସେହିପରି ଏନଆଇସି ଓ ଲାଇଫ ଇନସୁରାନ୍ସ କରିଛନ୍ତି ଆଶିଷ ।

ସେଥିରେ ୪୪ ଲକ୍ଷ ଟଙ୍କା ଜମା ରହିଛି ।ୟୁଟିଆଇରେ ୨୫ ଲକ୍ଷ ଟଙ୍କା ଜମା ରହିଛି । କେନ୍ଦୁଝର ଷ୍ଟେଟ ବ୍ୟାଙ୍କ ଶାଖାରେ ୧୬ ଲକ୍ଷ ଟଙ୍କା ଜମା ରହିଛି । ୧୪ ଲକ୍ଷ ଟଙ୍କାର କିଶାନ ବିକାଶ ପତ୍ର କିଣାଯାଇଛି ।ପୂର୍ବରୁ ଭିଜିଲାନ୍ସ ୨୧ ଲକ୍ଷ ୭୫ ହଜାର ନଗଦ ଟଙ୍କା ସହ ୬୦୨ ଗ୍ରାମର ସୁନା ଅଳଙ୍କାର ଠାବ କରିଛି ଭିଜିଲାନ୍ସ । ଆଶିଷଙ୍କର ଆଉ କେଉଠି ସମ୍ପତି ରହିଛି ଓ ଫିକ୍ସ ରହିଛି ସେନେଇ ଖୋଳତାଡ ଜାରି ରଖିଛି ଭିଜାଲାନ୍ସ ।

Comments are closed.