Latest Odisha News

BREAKING NEWS

ଡେବ୍ୟୁ କରିବ ଗୁଜରାଟ ଟାଇଟନ୍ସ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର

ଆଜି ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ୍ ଟାଇଟନ୍ସ ସୁପର୍ ଜାଏଣ୍ଟସ୍ ବିରୋଧରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଅନ୍ୟପଟେ କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ସୁପର୍ ଜାଏଣ୍ଟସ୍ ମଧ୍ୟ ଆଇପିଏଲରେ ଆଜି ନିଜର ପ୍ରଥମ ମ୍ୟାଚ୍ ଖେଳିବ

ନୂଆଦିଲ୍ଲୀ: ଚଳିତବର୍ଷ ଆଇପିଏଲରେ ଅନେକ ଦଳରେ ନୂଆ ଅଧିନାୟକ ନେତୃତ୍ୱ ନେଇଛନ୍ତି । ହେଲେ ସମସ୍ତଙ୍କ ମଧ୍ୟରୁ ସବୁଠୁ ଅଧିକ ଦୃଷ୍ଟି ଆକର୍ଷଣ କରିଛନ୍ତି ଗୁଜରାଟ୍ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଆଜି ଗୁଜରାଟ୍ ଟିମ୍ ଏମିତି ଜଣେ ଅଧିନାୟକୁ ନେଇ ଡେବ୍ୟୁ କରିବାକୁ ଯାଉଛି, ଯିଏ କେବେ ବି ଆଇପିଏଲ୍ ଇତିହାସରେ କୌଣସି ଦଳର ନେତୃତ୍ୱ ନେଇନାହାନ୍ତି ।

୨୦୧୫ ପରଠୁ ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଦଳ ତରଫରୁ ହିଁ ଖେଳି ଆସୁଥିଲେ । ତେବେ ଚଳିତବର୍ଷ ସେ ପ୍ରଥମ ଥର ପାଇଁ ଅନ୍ୟ କୌଣସି ଦଳ ତରଫରୁ ମଇଦାନକୁ ଓହ୍ଲାଇବେ । ନିଜ ଅଲରାଉଣ୍ଡର୍ ପରଫର୍ମାନ୍ସ ପାଇଁ ଜଣାଶୁଣା ହାର୍ଦ୍ଦିକ ୨୦୨୧ରେ ଆହତ କାରଣରୁ ବୋଲିଂରୁ ଅଧିକାଂଶ ସମୟରେ ବିରତ ରହିଛନ୍ତି । ଧୁଆଁଧାର ବ୍ୟାଟିଂ ପାଇଁ ପରିଚିତ ହାର୍ଦ୍ଦିକ ଏଥର କିନ୍ତୁ ବୋଲିଂ ଓ ଫିଲ୍ଡିଂରେ କେତେଦୂର କରିଶ୍ମା ଦେଖାଇବେ, ତାହା ଟୁର୍ଣ୍ଣାମେଣ୍ଟରେ ଜଣାପଡିବ ।

ଆଇପିଏଲରେ ବ୍ୟାଟିଂ ବୋଲିଂ କରିବା ସହ ଅଧିନାୟକ ପଦ ସମ୍ଭାଳିବା ପାଇଁ ନିଶ୍ଚିତ ଭାବେ ବିଚକ୍ଷଣ ଚିନ୍ତାଧାରାର ଆବଶ୍ୟକତା ରହିଛି । ଏହି ମାମଲାରେ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀ ସଫଳ ହୋଇଥିଲାବେଳେ ପାଣ୍ଡ୍ୟାଙ୍କୁ ନିଶ୍ଚିତ ଭାବେ ଶାନ୍ତ ରହି ସମସ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ ପଡିବ ।

ଆଜି ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ୍ ଟାଇଟନ୍ସ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ବିରୋଧରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଅନ୍ୟପଟେ କେ.ଏଲ୍ ରାହୁଲଙ୍କ ନେତୃତ୍ୱରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ମଧ୍ୟ ଆଇପିଏଲରେ ଆଜି ନିଜର ପ୍ରଥମ ମ୍ୟାଚ୍ ଖେଳିବ । ଏବେ ଦେଖିବାକୁ ବାକି ରହିଲା ଦୁଇଟି ନୂଆ ଟିମ୍ ମଧ୍ୟରେ ହେବାକୁ ଥିବା ଘମାଘୋଟ ଲଢେଇରେ ହାର୍ଦ୍ଦିକ କେତେଦୂର କ୍ୟାପ୍ଟେନସିପ୍‌ରେ କମାଲ୍ ଦେଖାଉଛନ୍ତି ।

Leave A Reply

Your email address will not be published.