Latest Odisha News

BREAKING NEWS

ଇଞ୍ଜିନିୟରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଟକା; ଯେତେ ଖୋଜୁଛି, ସେତେ ବାହାରୁଛି

ଭୁବନେଶ୍ୱର:ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଟକା । ଯେତେ ଖୋଳୁଛି ସେତେ ବାହାରୁଛି ସମ୍ପତ୍ତି । ସୋମବାର କଟକ ସଦର ବ୍ଲକ ଆସିଷ୍ଟାଣ୍ଡ ଇଞ୍ଜନିୟର ବିକାଶ ଚରଣ ଭୂୟାଁଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି । ବାବୁଙ୍କର ଅଛି ଗୋଟିଏ ବହୁତଳ ପ୍ରାସାଦ ସହ ରାଜଧାନ ଓ କଟକରେ  ୭ଟି ପ୍ଲଟ, ୩୮ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଙ୍କାର, କ୍ରିପ୍ଟୋ କରେନ୍ସି, ଗୋଟିଏ ଚାରିଚକିଆ ଗାଡି ସହ ଅନ୍ୟାନ୍ୟ ବହୁ ଦାମୀ ଆସବାବପତ୍ର । ଏଥସହିତ ତାଙ୍କର ଦୁଇ ସନ୍ତାନଙ୍କ ମେଡିକାଲ ଏବଂ ଇଞ୍ଜିନିୟରିଂ ପାଠ ପଢା ପାଇଁ ଖର୍ଚ୍ଚ କରିଛନ୍ତି ୧ କୋଟି ଟଙ୍କା । ଭିଜିଲାନ୍ସ ପକ୍ଷରୁ ଜାରି ଏକ ରିଲିଜରେ ବାବୁଙ୍କର ଏହି ସମ୍ପତ୍ତି ତାଲିକା ପ୍ରଦାନ କରାଯାଇଛି ।

ତଥାପି ଚଢାଉ ଜାରି ରହିଛି । ଇଞ୍ଜିନିୟର ଭୂୟାଁଙ୍କ ଘର, ପୈତୃକ ଗାଁ, ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ଭୁବନେଶ୍ୱର ସୗେଭାଗ୍ୟନଗର ସ୍ଥିତ ତାଙ୍କର ନିଜ ବାସଭବନ, କଟକ ଜିଲ୍ଲା ନରସିଂହପୁର ଥାନା ଅଧୀନ ଲେହଙ୍ଗାରେ ଥିବା ପୈତୃକ ଘର, ଭୁବନେଶ୍ୱର ଚକେଇସିଆଣିସ୍ଥିତ ତାଙ୍କର ସମ୍ପର୍କୀୟଙ୍କ ଘର, କଟକ ସଦର ବ୍ଲକ ସ୍ଥିତ ତାଙ୍କ ଅଫିସରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢଉ ଚାଲିଛି । ଯନ୍ତ୍ରୀଙ୍କ ଘରୁ ଜବତ ସମ୍ପତ୍ତି ତାଲିକା ହେଉଛି-

୧-ସୗେଭାଗ୍ୟ ନଗରରେ ୩,୨୦୦ ବର୍ଗଫୁଟରେ ଥିବା ପ୍ଲଟ ନଂ ୧୧୧୬ ଦୁଇମହଲା ଘର

୨-କଟକ ଓ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି ୭ଟି ଜମି

୩-୧୨.୬୨ ଲକ୍ଷର ବ୍ୟାଙ୍କ ଜମା

୪-୩୮ ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା

୫-ଇନଭେଷ୍ଟମେଣ୍ଟ କରାଯାଇଥିବା ୧.୨୩ ଲକ୍ଷ ଟଙ୍କାର କ୍ରିପ୍ଟୋ କରେନ୍ସି

୬-ଗୋଟିଏ ଚାରି ଚକିଆ ଯାନ ଏବଂ ୩ଟି ଦୁଇ ଚିଆ ଗାଡି ଯାହାର ମୂଲ୍ୟ ୧୩.୪୦ ଲକ୍ଷ

ତଥାପି ଚଢାଉ ଶେଷ ହୋଇନି । ଭିଜିଲାନ୍ସ  ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତିର ତାଲିକା ଆହୁରି ବଢିପାରେ  ।

 

 

 

Leave A Reply

Your email address will not be published.