Latest Odisha News

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ; ଏକକାଳୀନ ୭ ସ୍ଥାନରେ ଚାଲିଛି ଚଢଉ

ବ୍ରହ୍ମପୁର:ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ ସାହୁ ଭିଜିଲାନ୍ସ ଜାଲରେ । ଭିଜିଲାନ୍ସ ପକ୍ଷରୁ ଆଜି ତାଙ୍କ ଘର ରେଡ କରାଯାଇଛି । ଏକକାଳୀନ ୭ଟି ଘରେ ଚଢଉ ଚାଲିଥିବା ଜଣାଯାଇଛି ।

ମିଳିଥିବା ଖବର ଅନୁଯାୟୀ, ସଞ୍ଜୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି । ଶ୍ରୀ ସାହୁଙ୍କର ଭୁବନେଶ୍ୱରର ୪ଟି ସ୍ଥାନ, ଗଞ୍ଜାମର ୨ଟି ସ୍ଥାନ ଏବଂ ମୟୂରଭଞ୍ଜର ଗୋଟିଏ ସ୍ଥାନରେ ଚଢାଉ ଚାଲିଥିବା ଜଣାଯାଇଛି ।

ଏଥିରେ ରହିଛି, ଚନ୍ଦ୍ରଶେଖରପୁର ଶ୍ରୀବିହାର ସ୍ଥିତ ଡେ-ହାବିଟାଟ ଆପାର୍ଟମେଣ୍ଟର ତୃତୀୟ ମହଲାରେ ଥିବା ୩ବିଆର ଫ୍ଲାଟ,   ପଟିଆ ସ୍ଥିତ କ୍ଷେତ୍ରବାସୀ ରେସିଡେନ୍ସି ଏବଂ କେ.ପ୍ଲାଜା ସ୍ଥିତ ଘର, ଚନ୍ଦ୍ରଶେଖର ପୁରରେ ଥିବା ହାଉସିଂ ବୋର୍ଡ ଘର, ଗଞ୍ଜାମ ଭଞ୍ଜନଗରରେ ଥିବା ଭଡା ଘର, ଗଞ୍ଜାମ ଭଞ୍ଜନଗର ସ୍ଥିତ ଅଫିସ, ମୟୂରଭଞ୍ଜ ରରୁଁଆସ୍ଥିତ ପୈତୃକ ଘର । ଏହାବ୍ୟତୀତ ଭୁବନେଶ୍ୱର ନହରକଣ୍ଟା ସ୍ଥିତ ନିର୍ମାଣାଧୀନ ଘର ଉପରେ ମଧ୍ୟ ଚଢାଉ ଚାଲିଛି ।

ଚଢାଉରେ ୫ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । ତେବେ ଶ୍ରୀ ସାହୁଙ୍କ ଘରୁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେ ନେଇ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ । ସୂଚନାଥାଉ କି,  ଏହା ପୂର୍ବରୁ କାମାକ୍ଷାନଗରରେ ଆସିଷ୍ଟାଣ୍ଟ ସିଭିଲ ସପ୍ଲାଏ ଅଫିସର ଥିଲେ ସଞ୍ଜୟ  ।

Comments are closed.