Latest Odisha News

କୁବେର ପୂର୍ବତନ ମୁଖ୍ୟଯନ୍ତ୍ରୀ, ଭୁବନେଶ୍ବରରେ ୭ଟି ଫ୍ଲାଟ୍

ଭୁବନେଶ୍ୱର: କୁବେର ପୂର୍ବତନ ଯନ୍ତ୍ରୀ l ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କଠାରୁ ଅମାପ ସଂପତ୍ତି ଜବତ କରିଛି ଭିଜିଲାନ୍ସ l ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କର ଭୁବନେଶ୍ବରରେ ୭ଟି ଓ ଝାରସୁଗୁଡ଼ାରେ ୩ଟି ଫ୍ଲାଟ ସହ ଭୁବନେଶ୍ବର, କଟକ ଓ ଜଟଣୀରେ ୭ଟି ପ୍ଲଟ ରହିଛି l ସେହିପରି ୨.୭ କୋଟିର ବ୍ୟାଙ୍କ ଜମା, ପ୍ରାୟ ଦେଢ଼ କେଜି ସୁନା, ନଗଦ ୬ ଲକ୍ଷ ଟଙ୍କା, ମର୍ସିଡିଜ୍ ସମେତ ୨ଟି ଦାମୀ କାର୍, ରୋଲେକ୍ସ ଭଳି ୧୩ ଲକ୍ଷର ବ୍ରାଣ୍ଡେଡ୍ ହାତ ଘଣ୍ଟା ଜବତ କରିଛି ଭିଜିଲାନ୍ସ l ଏଥସହ ଆମେରିକା, ଥାଇଲାଣ୍ଡ, ୟୁଏଇ, କାନାଡା, ମେକ୍ସିକୋର ନୋଟ୍‌ ମଧ୍ୟ ଠାବ କରିଛି ଭିଜିଲାନ୍ସ l ସେପଟେ ନିଜ ଝିଅର ମେଡିକାଲ ଶିକ୍ଷା ପାଇଁ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି l

ସୂଚନା ଅନୁସାରେ, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ସକାଳୁ ପୂର୍ବତନ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ରେଡ୍ ପାଇଁ ଭିଜିଲାନ୍ସ ସ୍ଵତନ୍ତ୍ର ଅଦାଲତ ୱାରେଣ୍ଟ ଜାରି କରିଥିଲେ। ଭୁବନେଶ୍ବର, କଟକ, ଝାରସୁଗୁଡ଼ାର ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଚଢାଉରେ ୪୦ରୁ ଅଧିକ ଅଧିକାରୀ ସାମିଲ ହୋଇଛନ୍ତି। ୧୨ ଡିଏସପି, ୧୨ ଇନ୍ସପେକ୍ଟର ଓ ୧୬ ଜଣ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଚାଲିଛି ରେଡ୍।

Comments are closed.