Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଅନୁଗୁଳର ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାଟର୍ସରେ ଭିଜିଲାନ୍ସ ଚଢ଼ାଉ କରିଛି । ଯନ୍ତ୍ରୀଙ୍କ ଘରୁ ଘରୁ ନଗଦ ୮୧ ହଜାର ଟଙ୍କା ଓ ଅଫିସ୍‌ ଗଡ଼ରେଜରୁ ୩୮ ହଜାର ୫୦୦ ଟଙ୍କା ଜବତ କରାଯାଇଛି।

ଭିଜିଲାନ୍ସ କଟକ ଡିଭିଜନ ଏସ୍‌ପି ଶଶିଭୂଷଣ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ ଚାଲିଛି । ନିଆଳିର ସିଠାଳୋସ୍ଥିତ ପୈତୃକ ବାସଭବନ , ଶ୍ୱଶୁର ଘର ସମେତ ୪ଟି ଜାଗାରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି ।  ବସ୍ତିଆଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି କେତେ ତାହା ଜଣାପଡ଼ି ନାହିଁ। ଚଢ଼ାଉ ଶେଷ ହେବା ପରେ ତାଙ୍କର ମୋଟ୍‌ ସ୍ଥାବର ଓ ଅସ୍ଥାବର ସଂପତ୍ତି ଆକଳନ ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.