Latest Odisha News

BREAKING NEWS

ଆମେରିକା ରାଷ୍ଟ୍ରପତି ନିର୍ବାଚନ ମଧ୍ୟରେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ପନିର୍‌ ଟିକ୍କା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ପନିର୍‌ ଟିକ୍କା ହଠାତ୍ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯେତେବେଳେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଟ୍ୱିଟର୍‌ରେ ଭାରତୀୟ ଖାଦ୍ୟର ଟ୍ରେଣ୍ଡ୍‌ ହୋଇଥିବାର ଦେଖିଲେ, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଏହି ଟ୍ରେଣ୍ଡ୍‌ କେବଳ ଗୋଟିଏ ଟ୍ୱିଟରୁ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତି ନିର୍ବାଚନ ପୂର୍ବ ରାତିରେ ଭାରତୀୟ-ଆମେରିକୀୟ ସାଂସଦ ପ୍ରମିଳା ଜୟପାଲ ଏକ ପନିର୍‌ ଡିସ୍ ପ୍ରସ୍ତୁତ କରୁଥିବା ଏକ ଫଟୋ ଅପଲୋଡ୍ କରିଥିଲେ। ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ସମ୍ମାନାର୍ଥେ ସେ ଏହି ଖାଦ୍ୟ ପ୍ରସ୍ତୁତ କରିଥିଲେ।

ପ୍ରମିଳା ଜୟପାଲ ମଧ୍ୟ ଲୋକଙ୍କ ଚାହିଦା ଅନୁଯାୟୀ ପ୍ରସିଦ୍ଧ ଉତ୍ତର ଭାରତୀୟ ଖାଦ୍ୟ ପ୍ରଣାଳୀ ସେୟାର୍‌ କରିଥିଲେ ଏବଂ କହିଥିଲେ ଯେ ଏଥିରେ ଆପଣ ନିଜେ ଟିକ୍କା ଖାଇପାରିବେ କିମ୍ବା ଆପଣ ମସାଲା ଅନ୍ତର୍ଭୁକ୍ତ କରିପାରିବେ। ଏହାପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ରଖିଥିଲେ। ତାପରେ ଦେଖୁ ଦେଖୁ ଏହି ଭାରତୀୟ ବ୍ୟଞ୍ଜନ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଟପ୍‌ ଟ୍ରେଣ୍ଡ୍‌ ପାଲଟିଯାଇଥିଲା।

Leave A Reply

Your email address will not be published.