Latest Odisha News

BREAKING NEWS

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ଡ୍ରାଇଭରଙ୍କ ଘରେ ଭିଜିଲାନ୍ସ ରେଡ଼  

ଧର୍ମଗଡ଼: ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ଡ୍ରାଇଭର । କଳାହାଣ୍ଡି ଜିଲ୍ଲା ଇନ୍ଦିରାବତୀ ଜଳପ୍ରକଳ୍ପର ଅବସର ପ୍ରାପ୍ତ ଡ୍ରାଇଭର ରମେଶ ଚନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ରେଡ଼୍‌ ଜାରି ରହିଛି।

ଖବର ଅନୁଯାୟୀ, ଭିଜିଲାନ୍ସ ପକ୍ଷରୁ ଧର୍ମଗଡ଼ସ୍ଥିତ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ଼ ଜାରି ରହିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ପରିମାଣର ସଂପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।

ମାଲକାନଗିରି ଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ବରେ ଭିଜିଲାନ୍ସର ୪ ଟି ଟିମ୍‌ ଚଢାଉ ଜାରି ରହିଛି । ପ୍ରାଥମିକ ସୁଚନାରୁ ସୁନା ଗହଣା ,ଜମି କାଗଜପତ୍ର, ବିମା କାଗଜପତ୍ର ,ଏଟିଏମ ବର୍ତ୍ତମାନ ସୁଦ୍ଧା ଜବତ କରାଯିବା ସହ ଅଧିକ ଚଢାଉ ଜାରି ରହିଛି ।

ଏହି ଚଢାଉ ରେ ଭିଜିଲାନ୍ସ ବିଭାଗର ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ଓ ନବରଙ୍ଗପୁର ଇନ୍ସପେକ୍ଟର କଳାବତି ବାଗଙ୍କ ନେତୃତ୍ବରେ ଚଢାଉ ଜାରି ରହିଛି।

Comments are closed.